ଭାଷାଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କ ପୁଣ୍ୟତିଥିରେ ଦେବଗଡ଼ରେ ଅନେକ ସଡ଼କ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଣିକି ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ଦ୍ବାରା କୀଡନି ସମ୍ବନ୍ଧୀୟ ରୋଗୀଙ୍କୁ ଆଉ ଦୂରଦୂରାନ୍ତର ଯାତ୍ରା କରିବାକୁ ପଡ଼ିବ ନାହିଁ । ଏଠାରେ ମାଗଣାରେ କିଡ଼ନୀ ରୋଗର ଚିକିତ୍ସା ପାଇବା ସହ ବହୁଳ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ । ଏହାଦ୍ବାରା ଆଖପାଖ ଅଞ୍ଚଳର ପ୍ରାୟ ୪ ଲକ୍ଷ ଲୋକମାନେ ଉପକୃତ ହେବେ ।
ଏହା ପୂର୍ବରୁ ରେଢ଼ାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ଦେବଗଡ଼ ଜିଲ୍ଲାର ତାରଙ୍ଗଠାରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଓ ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରୀଙ୍କ ସହ ‘ମା ପାଇଁ ଗଛଟିଏ’ ଅଭିଯାନରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଜୀବନୀ ଶ୍ରୀକ୍ଷେତ୍ର ସିନ୍ଦୁରକଲି ସେବାଶ୍ରମରେ ପୂଜ୍ୟ ସାଧୁଙ୍କ ସାନ୍ନିଧ୍ୟ ନେଇଥିଲେ ଧର୍ମେନ୍ଦ୍ର ।.. ଏଥିସହ ରେଢ଼ାଖୋଲ ଠାରେ ମା'ମାନେ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଜଳଖିଆ ଖାଇ ସେମାନଙ୍କ ଆତିଥ୍ୟର ଆନନ୍ଦ ଉଠାଇଥିଲେ ।