ରେଳ ଯୋଗେ ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ କୋଇଲା ପରିବହନ ହୋଇପାରିବ ସେଥିପାଇଁ ରେଳବାଇର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏନେଇ ସଚିବ ଜୈନ ଏମସିଏଲ ମୁଖ୍ୟ କାର୍ଯ୍ୟାଳୟ ବୁର୍ଲା ଠାରେ ସିଏମଡି ଓ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ମିଶି ଆଲୋଚନାକରି ଏହା ସମୀକ୍ଷା କରିଥିଲେ । ଏହି ଗସ୍ତ ଶେଷ ପରେ ସଚିବ ଜୈନ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଯୋଗ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସଚିବଙ୍କ ୨ଦିନିଆ MCL ଗସ୍ତ

ଝାରସୁଗୁଡା: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସଚିବ ଅନିଲ କୁମାର ଜୈନ ଓ ଯୁଗ୍ମ ସଚିବ ବିସ୍ମିତା ତେଜ ପ୍ରମୁଖ ଅଧିକାରୀମାନେ ୨ ଦିନିଆ ଏମସିଏଲ ଗସ୍ତରେ ଆସିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳ ଓ ସୁନ୍ଦରଗଡ ଜିଲ୍ଲା ବସୁନ୍ଧରାର ବିଭିନ୍ନ ଖଣି ଅଞ୍ଚଳ ପରିଦର୍ଶନ କରି ଖଣି କର୍ତ୍ତୃପକ୍ଷଙ୍କ ସହିତ ଅଧିକ କୋଇଲା ଉତ୍ତୋଳନ ସମ୍ପର୍କରେ ଆଲୋଚନା କରିଛନ୍ତି ।
Download Argus News App
