ଘର
ଓଡ଼ିଶା
ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ
ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ
by Banajyotshna Ray
Boudha
| Wed, Oct 09 | 6:55 p.m.
ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧିନସ୍ଥ ରାସବିହାରୀପୁର ଗାଁ l ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ । ଗୋଟିଏ କି ଦୁଇଟି ନୁହେଁ ହଜାରହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଫାଟି ପଡୁଛି ଅଚଂଳ । ବିଭିନ୍ନ ପ୍ରଜାତିର ଗେଣ୍ଡାଳିଆ ଓ ବାଦୁଡ଼ିମାନେ ନିର୍ଭୟରେ ଏ ଡାଳରୁ ସେ ଡାଳକୁ ଉଡୁଥିବା ଦୃଶ୍ୟ, ଯୋ କାଣସି ପଥିକ ଟିଏକୁ ଘଡିଏ ନ ଅଟକାଇବ ତାହା ଅସମ୍ଭବ । ବର୍ଷ ତମାମ ଏହି ଗଛରେ ଗେଣ୍ଡାଳିଆ ପକ୍ଷୀ ରହୁଥିବା ବେଳେ ଶିକାରୀ ମାନଙ୍କ ଶିକାର ଆଉ ଗ୍ରାମବାସୀଙ୍କ ସଚେତନତା ଅଭାବରୁ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା । ଏ ଖବର ଜାଣିବାପରେ ଆଖପାଖ ଗାଁ ଲୋକ ଏକ ସଚେତନତା ବୈଠକ କରିଥିଲେ । ଆଉ ଏବେ ସେହି ସଚେତନତା ଯୋଗୁଁ ୩୦୦ ସହ ଗେଣ୍ଡାଳିଆଙ୍କ ସଂଖ୍ୟା ୫ ହଜାରକୁ ବୃଦ୍ଧି ପାଇପାରିଛି ।
ଗେଣ୍ଡାଳିଆ ଓ ବାଦୁଡ଼ି ପକ୍ଷୀ ଦେଖିବାକୁ ଆଖପାଖ ଅଂଚଳରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ l ବର୍ଷା ଦିନ ପୂର୍ବରୁ ଏଠାକୁ ଶହ ଶହ ପକ୍ଷୀ ଆସିଥାନ୍ତି ଆଉ ଏମାନେ ଅଣ୍ଡା ଦେଇ ଛୁଆ ଜନ୍ମ କଲା ପରେ ପୁଣି ଶୀତଦିନେ ନିଜ ଦେଶକୁ ଫେରି ଯାଆନ୍ତି l ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଗଛ ନ ଥିବାରୁ ପକ୍ଷୀ ମାନଙ୍କର ରହିବାରେ ଅସୁବିଧା ହେଉଛି । ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ସଂଖ୍ୟକ ବୃକ୍ଷ ରୋପଣ ସାଙ୍ଗକୁ ଏକ ଜଗୁଆଳି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି l ସମସ୍ତଙ୍କ ମନରେ ଯଦି ପକ୍ଷୀମାନଙ୍କ ପ୍ରତି ଭଲପାଇବା ଓ ସେମାନଙ୍କ ସୁରକ୍ଷା ପାଇଁ ଭାବନା ଆସିବ ତାହେଲେ ଏଭଳି ପକ୍ଷୀ ମାନଙ୍କୁ ପିଲାଙ୍କ ପାଠପଢା ବହିରେ ନୁହେଁ ନିଜ ଆଖିରେ ମଧ୍ୟ ଦେଖିପାରିବା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: