ଓଡିଶା ଖବର ଆହୁରି ପଢନ୍ତୁ

ଅର୍ଗସ ବ୍ୟୁରୋ: ଆଇନ ସମସ୍ତଙ୍କ ପାଇଁ ସମାନ। ଧନୀ ଗରିବ ଙ୍କ ମଧ୍ୟରେ ପାର୍ଥକ୍ୟ ନଥିବା ବେଳେ। ମହାକାଳପଡ଼ା ତହସିଲଦାର ଙ୍କ ଦବଙ୍ଗଗିରି ଓ ଲାଞ୍ଚ କରବାର କୁ ନେଇ ଅଭିଯୋଗ ଆଣିଲେ ମହାକାଳପଡ଼ା ବିଜୟନଗର ଗ୍ରାମର ବିପନ୍ନ ମହିଳା ମିନତୀ ଦାସ ଓ ତାଙ୍କ ଭଉଣୀ ମାଳତୀ ଦାସ। ମିନତୀ ଓ ମାଳତୀ ଙ୍କ ସମେତ 15ଭୂମିହୀନ ବ୍ୟକ୍ତି ଦୀର୍ଘ 30ବର୍ଷ ହେବ ବିଜୟନଗର ଶାସନ ପଡା ଗ୍ରାମର ଗୋଚରରେ ରହିଆସୁଥିଲେ। ତେବେ ବିଜୟନଗର ପଂଚାୟତର ଶାସକ ଦଳର କିଛି ବ୍ୟକ୍ତିଙ୍କ ପ୍ରରୋଚନାରେ ତହସିଲଦାର ଏହି ପରିବାର ଙ୍କୁ ଉଛେଦ ପାଇଁ ଗତ 30 ତାରିଖରେ ନୋଟିସ ଦେଇଥିଲେ। ତେବେ ଗତ 3ତାରିଖ ଶନିବାର 6 ଜଣ ଭୂମି ହୀନ ଙ୍କ ବାସଗୃହ ଭାଙ୍ଗି ଦେଇଛନ୍ତି। ଯାହା ପାଇଁ ନିରାଶ ହୋଇ ନ୍ୟାୟ ପାଇଁ ମାଳତୀ ଓ ମିନତୀ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ହୋହାଲ୍ଲା କରି 48ଘଣ୍ଟା ଭିତରେ ନ୍ୟାୟ ନମିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ମିନତୀ। ଏଠାରେ ପ୍ରଶ୍ନ ଉଠେ 15ଜଣଙ୍କୁ ନୋଟିସ ହୋଉଥିବା ବେଳେ ଅନ୍ୟ ମାନଙ୍କୁ ଛାଡି ଅତ୍ୟନ୍ତ 6ଜଣ ଗରିବ ପରିବାର ଙ୍କ ବାସଗୃହ ଭାଙ୍ଗି ବା ପଛରେ କାରଣ କଣ ଥାଇପାରେ।
