ଅର୍ଗସ ବ୍ୟୁରୋ: ବଦଳିବ ପାଗ, ବଢିବ ଖରା। ପୁଣି ଶିଝିବ ଓଡ଼ିଶା। ଆଜିଠୁ କମିବ ପଶ୍ଚିମା ଝଡ଼ର ପ୍ରଭାବ । ଭୁବନେଶ୍ଵର ରେ ଦିନ ତାପମାତ୍ରା ହୋଇପାରେ ପାଖାପାଖି ୪୦ ଡିଗ୍ରୀ। ସେପଟେ ୧୫ ତାରିଖରୁ ପୁଣି ରାଜ୍ୟରେ ରହିବ ପଶ୍ଚିମା ଝଡ଼ ପ୍ରଭାବ। ରାଜ୍ୟରେ ୩୮ ଡିଗ୍ରୀ ପାଖାପାଖି ରହିପାରେ ଦିନ ତାପମାତ୍ରା। ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ବଦଳିଥିଲା ପାଗ। ମାତ୍ର ଆଜିଠୁ କମିବ ପଶ୍ଚିମା ଝଡ଼ର ପ୍ରଭାବ । ବଢିବ ଦିନ ତାପମାତ୍ରା। ସେପଟେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ନେଇ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହେବ ନେଇ ଆକଳନ କରିଛି ପାଣିପାଗ ବିଭାଗ।
ଆସନ୍ତା ୩ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପୁଣି ୧୫ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ ହେବାର ସମ୍ଭାବନା ରହିଛି। ପୁଣି ଉପକୁଳ ଓଡ଼ିଶାରେ ହେବ ବର୍ଷା । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତାକାଲି ଠାରୁ ୨ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା। ମାର୍ଚ୍ଚରେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ କମୁଛି ତପମାତ୍ରା। ଆଉ ଖରାରୁ ମିଳିଛି ଆଶ୍ବସ୍ତି।
ପାଣିପାଗ ସମ୍ପର୍କିତ ନ୍ୟୁଜ ଆହୁରି ପଢ଼ନ୍ତୁ: