ଅର୍ଥାତ ଦିନ ବେଳେ ଅଧିକ ଗରମ ଏବଂ ରାତି ବେଳେ ଥଣ୍ଡା ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେଭଳି ଅନେକ ସ୍ଥାନରେ ୩୨ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଚଳିତ ମାସ ଫେବୃଆରୀରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି ଆଶଙ୍କା କରିଛନ୍ତି ପାଣିପାଗ ବିଶେଷଜ୍ଞ । ୧୧, ୧୨ ତାରିଖରୁ ଆହୁରି ତାପମାତ୍ରା ବଢିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ଅଧିକ ପଢନ୍ତୁ: ଚଳିତ ବର୍ଷ ଦେଶରେ ଅନୁଭୁତ ହେବ ଭୟଙ୍କର ଗ୍ରୀଷ୍ମପ୍ରବାହ
ପୂର୍ବ ବର୍ଷ ଗୁଡିକର ରେକର୍ଡ ଯଦି ଦେଖିବା ତେବେ ଫେବୃଆରୀ ମାସ ଶେଷ ସପ୍ତାହ ବେଳକୁ ସବୁଠି ତାପମାତ୍ରା ବୃଦ୍ଧି ପାଇବାର ନଜିର ରହିଛି । ୨୦୨୧ ଫେବ୍ରୁଆରୀ ୨୬ରେ ୪୦.୪ ଡିଗ୍ରୀ, ୨୭ ତାରିଖରେ ୪୦.୬ ଡିଗ୍ରୀ , ୨୮ ତାରିଖରେ ୪୦ ଡିଗ୍ରୀ, ୨୦୧୬ ଫେବୃଆରୀ ୨୦ ରେ ୪୦.୯ ଡିଗ୍ରୀ ତାପମାତ୍ରା ଦେଖାଯାଇଥିଲା ।
ଅଧିକ ପାଣିପାଗ ନ୍ୟୂଜ଼ ପଢନ୍ତୁ