୯ ଏବଂ ୧୦ରେ ଦକ୍ଷିଣ ଓଡିଶାରେ ପ୍ରଭାବ ଯଥେଷ୍ଟ ଅଧିକ ରହିବ । ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବଳୟର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାରେ ଏହା ପ୍ରଭାବରେ ବର୍ଷା ହେବ । ଦକ୍ଷିଣ ଓଡିଶାର ଆଭ୍ୟନ୍ତରୀଣ ଜିଲା ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନବରଙ୍ଗପୁର ବର୍ଷାର ପ୍ରଭାବ ରହିବ ।
ଦୁର୍ଗା ପୂଜା ପରେ ଲକ୍ଷ୍ମୀ ପୂଜାରେ ଭିଜିବ ଓଡ଼ିଶା । ଯଦିଓ ବର୍ଷାର ପରିମାଣ ସେତେ ହେବ ନାହିଁ । କିନ୍ତୁ ରାଜ୍ୟରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ । ୯ ଓ ୧୦ ଦୁଇ ଦିନ ବର୍ଷା ଜାରି ରହିବ । ପ୍ରଭାବରେ ରାଜ୍ୟର ଦକ୍ଷିଣ ଓଡିଶାରେ ବର୍ଷା ସହ ଅନେକ ଜିଲା ଗୁଡିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେପଟେ ଚଳିତ ବର୍ଷ ଶୀତ କମ୍ ରହିବ । ଦିନରେ ସ୍ବାଭାବିକଠୁ ତାପମାତ୍ରା କମ୍ ରହିବ କିନ୍ତୁ ରାତିରେ ଅଧିକ ରହିବ । ତେଣୁ ଶୀତର ପ୍ରକୋପ ସାମାନ୍ୟ କମିବ।