ସୂଚନାମୁତାବକ, ନିମାପଡାରୁ ସମୀରଙ୍କ ଟିକେଟ କାଟିଥିଲା ବିଜେଡି। ସମୀରଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ବିଜେଡି କରିଛି ପ୍ରାର୍ଥୀ। ଯାହାକୁ ନେଇ ନିରାଶ ହେବା ସହ କ୍ଷୋଭ ପ୍ରକାଶ କରିବା ସହ ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ ସମୀର ଦାଶ। ଆଉ ନିମାପଡାରେ ଟିକେଟ ପରିବର୍ତ୍ତନ ପାଇଁ ଚାପ ପକାଇଥିଲେ ସମୀର । ସମର୍ଥକଙ୍କୁ ଧରି ସଭାସମିତି ଓ ରୋଡ ସୋ' ଜରିଆରେ ପକାଇଥିଲେ ଚାପ। ଦେବଗଡରେ ଟିକେଟ ବଦଳାଇଲେ ହେଲେ ନିମାପଡାରେ ହେଲାନି କୌଣସି ପରିବର୍ତ୍ତନ । ଏବେ ଚର୍ଚ୍ଚା ହେଉଛି ସମୀରଙ୍କ ଚାପ ପକାଇବା କୌଶଳ କାମ ଦେଲାନି। ଅନେକ ବିଦ୍ରୋହ କଲେ ଏବଂ ନିଜ ସମର୍ଥକଙ୍କୁ ଏକଜୁଟ ମଧ୍ୟ କଲେ ହେଲେ ଶୁଣିଲାନି ବିଜେଡି।
ଅଧିକ ପଢନ୍ତୁ ଓଡ଼ିଶା ଖବର