୨୪ ବର୍ଷର ସ୍ଥିର ସରକାର । ପୁଣି ପଶ୍ଚିମ ଓଡ଼ିଶାରୁ ୬ ଛଅ ଜଣ ମନ୍ତ୍ରୀ ହୋଇଥିଲେ । କିନ୍ତୁ ବିକାଶ ସେମାନଙ୍କ ଦ୍ଵାରା କିଛି ହୋଇପାରିଲା ନାହିଁ । କାରଣ ଯଦି ବିକାଶ ହୋଇଥାଆନ୍ତା ସେତେବେଳେ ମନ୍ତ୍ରୀ ନବଦାସ ଓ ଏବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏୟାରଲିଫ୍ଟ ହୋଇଥାଆନ୍ତେ କାହିଁକି ? ଦର୍ଶକବନ୍ଧୁ କଥା ହେଲା ନେତା ମନ୍ତ୍ରୀଙ୍କ ପାଖରେ ସିନା କୋଟି କୋଟି ଟଙ୍କା ଅଛି ସେମାନେ ଏୟାରଲିଫ୍ଟ ହେବେ । ହେଲେ ଗରିବ ଖଟିଖିଆ ଲୋକ ଯିବ କୁଆଡ଼େ ?
ପଶ୍ଚିମ ଓଡ଼ିଶାର ବଡ଼ ମେଡ଼ିକାଲ କହିଲେ ଭିମସାରକୁ ହିଁ ବୁଝାଏ । ହେଲେ ସେ ମେଡିକାଲର ଯେ କେବଳ ନା ବଡ ତାହା ଏବେ ଜଣାପଡିଲା । କାରଣ ପ୍ରଥମେ ପ୍ରସନ୍ନଙ୍କୁ ସେଇଠାରେ ହିଁ ଚିକିତ୍ସା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଭୁବନେଶ୍ଵରକୁ ରେଫର ହୋଇଥିଲେ । ଆଉ ଏ ହେଉଛି ସେହି ଏୟାରଲିଫ୍ଟ ବେଳର ଚିତ୍ର ।
ମିଳିଥିବା ସୂଚନା ଅନୁସାରେ ବିଜେଡି ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ଦୁର୍ଯ୍ୟୋଧନ ମାଝୀ, ସନାତନ ବିଶି, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ନବ କିଶୋର ଦାସ ଓ ବର୍ତ୍ତମାନର ଷ୍ଟାଣ୍ଡିଂ ମନ୍ତ୍ରୀ ନିରଞ୍ଜନ ପୁଜାରୀ । କିନ୍ତୁ ଏତେ ବଡ଼ ନେତାଥିବା ପରେ ବି ବିକାଶ କାହିଁକି ହେଲା ନାହିଁ ? ସେନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମଓଡ଼ିଶାବାସୀ । ଏପଟେ ସରକାରଙ୍କ ପୋଲ ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । କହିଛନ୍ତି, କୋଠା କରିଦେଲେ ବିକାଶ ହୁଏନି, କେବଳ ଦୁର୍ନୀତି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।
(ସମ୍ବଲପୁରରୁ କ୍ୟାମେରା ପର୍ସନ ରୋହିତ ସିଂଙ୍କ ସହ ମଳୟ ଭୋଇଙ୍କ ରିପୋର୍ଟ)