ଭୁବନେଶ୍ୱର: ତାତିରେ ସିଝୁଛି ଓଡ଼ିଶା । କେତେବେଳେ ମଧ୍ୟରାତ୍ରି ପୁଣି କେତେବେଳେ ଭୋର ସମୟରେ ଅଚାନକ ପବନ ସହ ବର୍ଷା ହେଉଛି । ପୁଣି ଦିନରେ ସ୍ଥିତି ଅସମ୍ଭାଳ ।
ପ୍ରବଳ ଖରାରେ ସାଧାରଣ ଜୀବନ ଅସ୍ତବ୍ୟସ୍ଥ ହୋଇପଡ଼ିଲାଣି । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଆଜି ରାତି ୮ଟା ସୁଦ୍ଧା ଭୀଷଣ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି ।
ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୬ଟି ଜିଲ୍ଲାକୁ ସର୍ତକ ରହିବାକୁ କୁହାଯାଇଛି । ସେହି ୬ଟି ଜିଲ୍ଲା ମଧ୍ୟରେ-ନୂଆପଡ଼ା, ଗଞ୍ଜାମ, ଗଜପତି, ମାଲକାନଗିରି ଓ କନ୍ଧମାଳ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।