ଏହା ପରେ ସହରର ସମସ୍ତ ସପିଂ ମଲ୍, କଲେଜ, ସ୍କୁଲ, ମାର୍କେଟ କମ୍ପ୍ଲେକ୍ସ, ବସ ଷ୍ଟାଣ୍ଡ, ହସ୍ପିଟାଲ ଭଳି ସ୍ଥାନକୁ ୱାଇଫାଇ ଜୋନ କରାଯିବ। ପାଠପଢା ସାଙ୍ଗକୁ କାର୍ଯ୍ୟ କ୍ଷେତ୍ର ପାଇଁ ଏହି ଯୋଜନା ବେଶ୍ ଲାଭଦାୟକ ହେବ। ଏହାକୁ ଓଟିପି ଦ୍ଵାରା ସଂଯୋଗ କରି ସହରବାସୀ ବ୍ୟବହାର କରି ପାରିବେ। ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ ୱାନି ଯୋଜନାର ଶୁଭାରମ୍ଭ କରିଥିଲେ । ସୁଲଭ ମୂଲ୍ୟରେ ଲୋକଙ୍କୁ ହାଇସ୍ପିଡ ଇଣ୍ଟରନେଟର ସୁବିଧା ଦେବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଦେଶରେ ଡିଜିଟାଲ କ୍ରାନ୍ତି ଆଣିବା ପାଇଁ ଏହି ଯୋଜନା ଦେଶରେ ଆରମ୍ଭ କରାଯାଇଥିଲା । ପ୍ରଥମ ୨୪୦ ସେକେଣ୍ଡ ଲୋକେ ମାଗଣାରେ ଏହି ୱାଇଫାଇର ବ୍ୟବହାର କରି ପାରିବେ । ଏହା ପରେ ଓଟିପି ଦେଇ ନିଜ ଫୋନ୍ ନମ୍ବରକୁ ପଞ୍ଜିକରଣ କରିବେ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
୨ ଜିବି ଡାଟା ପାଇଁ ୫ ଟଙ୍କା ଦେବାକୁ ପଡିବ। ଯାହାର ବୈଧତା ଗୋଟିଏ ଦିନ ରହିବ। ସେହିଭଳି ୨୦ ଟଙ୍କା ଦେଇ ଗୋଟିଏ ଦିନ ପାଇଁ ଅନଲିମିଟେଡ ଡାଟା ବ୍ୟବହାର କରି ପାରିବେ ଲୋକେ। ତେବେ କଟକ ସହରରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ସହରବାସୀ ଏହାକୁ ସ୍ବାଗତ କରିଛନ୍ତି । ଗାଁ ଠାରୁ ସହର, ସହର ଠାରୁ ଗାଁ। ସମସ୍ତଙ୍କ ନିକଟରେ ଇଣ୍ଟରନେଟ ପହଞ୍ଚେଇବା ହେଉଛି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଯାହାକୁ ନେଇ ଆଗେଇ ଚାଲିଛି ପିଏମ ୱାନି ଯୋଜନା ।