
କେନ୍ଦୁଝର: ନିଆଁ ପୁଆଁ ହେଲା କାଳ । ଚୁଲି ନିଆଁ ବୃଦ୍ଧାଙ୍କ ଶାଢିରେ ଲାଗି ଜଳିଗଲା ସମ୍ପୂର୍ଣ୍ଣ ଘର । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ନାହା ଗାଁରେ ଏହି ଅଘଟଣ ଘଟିଛି । ବାରଣ୍ଡାରେ ଥିବା ଚୁଲିରେ ନିଆଁ ପୁଇଁ ହେଉଥିବା ସମୟରେ ଜଣେ ବୃଦ୍ଧାଙ୍କ ଶାଢିରେ ନିଆଁ ଲାଗିଯାଇଥିଲା । ହେଲେ ନିଆଁ ଲାଗିବା ସମ୍ପର୍କରେ ଜାଣି ନପାରି ବୃଦ୍ଧା ଜଣଙ୍କ ଘରଭିତରକୁ ଚାଲି ଆସିଥିଲେ ।
କିଛି ସମୟ ପରେ ଜାଣିବା ବେଳକୁ ତରତର ହୋଇ ପିନ୍ଧାଲୁଗା ଦେହରୁ କାଢି ଫିଙ୍ଗି ବାକୁ ଚେଷ୍ଟା କରିବାରୁ ଲୁଗାରେ ଲାଗିଥିବା ନିଆଁ ଘର ଚାଳକୁ ଧରିଯାଇ ଘର ପୋଡିବା ଆରମ୍ଭ ହୋଇଗଲା । ଅଗ୍ନି କାଣ୍ଡରେ ବୃଦ୍ଧାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି । ପରିବାର ଲୋକେ ହାଟଡିହି ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି ।ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ପିଡିତା ବୃଦ୍ଧା ନାହା ଗାଁର ବୁଧିଆ ନାଇକ ଙ୍କ ପତ୍ନୀ ମିନତି ବୋଲି ଜଣାପଡିଛି ।
