ବହୁତ ସମୟ ପରେ ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଗାଁର ଏକ ବାଳକ ଗ୍ରାମଲୋକଙ୍କୁ ଖବର ଦେଇଥିଲେ। ଗାଁଲୋକ ସେଠାକୁ ଯାଇ ଯୁବକଙ୍କ ଶରୀର ପାଣିରେ ଭାସୁଥିବା ଦେଖି ସାଙ୍ଗେସାଙ୍ଗେ ପୋଲିସକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ବିଷମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତକରି ଏକ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଆଣିଥିଲେ l ପୋଲିସ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛି। ସେପଟେ ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।