ଆକ୍ରମଣ କରିଥିବା ଖଣ୍ଡାକୁ ମଧ୍ୟ ଜବଦ କରିଛି ପୋଲିସ । ଅଞ୍ଜନ ବେହେରାଙ୍କୁ ତ୍ରିକଣୀୟ ପ୍ରେମ ସମାଧାନ ପାଇଁ ଖଣ୍ଡରେ ହାଣିଥିଲା ପିଙ୍କୁ । ହତ୍ୟା ପଛରେ ଥିଲା ଗୌତମଙ୍କ ପ୍ରେମିକା ନିହାରୀକା । ନିହାରିକା ପ୍ରଥମେ ଗୌତମ ସହ ରଖିଥିଲେ ପ୍ରେମ ସଂପର୍କ ଓ ପରେ ପିଙ୍କୁ ସହ ରଖିଥିଲେ ସଂପର୍କ । ଦୁହିଁଙ୍କ ଭିତରେ ଝଗଡ଼ା ଲାଗୁ ଥିବାରୁ ସମସ୍ୟାର ସମାଧାନ ପାଇଁ ନିହାରିକା ଦ୍ୱିତୀୟ ପ୍ରେମିକା ପିଙ୍କୁ କହିଥିଲା । ପୂର୍ବ ଯୋଜନା ଅନୁଯାୟୀ ନିହାରିକା ଗୌତମକୁ କଟକ ରୋଡକୁ ଡାକିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାତିରେ ଆସିବା ସମୟରେ ଗୌତମ ଏକୁଟିଆ ନ ଆସି ବନ୍ଧୁ ଅଞ୍ଜନକୁ ସାଙ୍ଗରେ ନେଇ ଆସିଥିଲା । ଅଭୟଙ୍କ ଭିତରେ ଝଗଡ଼ା ହେବାରୁ ପିଙ୍କୁ ଆକ୍ରମଣ କରିଥିଲା । ଜୀବନ ବଞ୍ଜେଇବା ପାଇଁ ଗୌତମ ପାଳେଇ ଯାଉଥିବା ବେଳେ ସାଙ୍ଗ ଅଞ୍ଜନ ଦେହରେ ଖଣ୍ଡା ଚୋଟ ବସିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜନଙ୍କ ମୃତ୍ୟ ହେଇଥିଲା । ପୋଲିସ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ୪ଅଭିଯୁକ୍ତ ଏବେ ବି ଫେରର ଅଛନ୍ତି । ସେମାନଙ୍କୁ ଖାଯୋବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।