ଅର୍ଗସ ବ୍ୟୁରୋ: କ୍ରିକେଟ, ହକି, କଵାଡି ଆଦି ଖେଳରେ ସାରା ବିଶ୍ୱରେ ଭାରତ ନିଜ ପରିଚୟ ସୃଷ୍ଟି କରି ସାରିଥିବା ବେଳେ ଏଯାଏ ଫୁଟବଲରେ ନିଜ ଛାପ ଛାଡିପାରିନାହିଁ । ତେବେ ଭାରତରେ ଧୀର ଧୀରେ ଫୁଟବଲ ଖେଳର ଉର୍ନ୍ନତି ହେଉଛି ବୋଲି କହିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ଜେନେରାଲ ସେକ୍ରେଟେରୀ କୁସାଲ ଦାସ । ଏହା ସହ ଭାରତରେ ଏହି ଫୁଟବଲର ଉର୍ନ୍ନତି ନିମନ୍ତେ ସମସ୍ତ ଶ୍ରେୟ କୋଚ ମାନଙ୍କୁ ଦେଇଛନ୍ତି କୁଶାଲ । ଭାରତରେ ଏହି ଖେଳରେ ଉର୍ନ୍ନତି ହେବା ପୂର୍ବରୁ ଫିଫା ରାଙ୍ଗିରେ ଶ୍ରେଷ୍ଠ 100 ଦଳମାନଙ୍କ ମଧ୍ୟରେ ଭାରତ ପହଞ୍ଚିଥିଲା ।
କୁଶାଲଙ୍କ ମତରେ କୋଚଙ୍କ ବିନା ଖେଳାଳିଙ୍କ ବିକାଶ ଅସମ୍ଭବ । ତେବେ ଦେଶର ଖେଳାଳୀମାନଙ୍କ ଖେଳରେ ବିକାଶ ପାଇଁ କୋଚଙ୍କ ଭୂମିକା ବହୁତ ଗରୁତ୍ୱପୂର୍ଣ୍ଣ ରହିଛି ।
ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଏବଂ ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆର ମିଳିତ ସହଯୋଗରେ ଏକ କୋଚିଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଦେଶର ଫୁଟବଲ କୋଚ ମାନଂକୁ ଖେଳାଳିଙ୍କ ଦକ୍ଷତା ବିକାଶ କିପରି କରାଯାଇପାରିବ ସେ ସମ୍ବଦ୍ଧରେ ଶିକ୍ଷା ପ୍ରଦାନ କରାଯାଉଛି ।