ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ଼ । ସମଗ୍ର ବଡ଼ଦାଣ୍ଡ ପାଲଟିଛି ଗେରୁଆମୟ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ସହହରରେ ରୋଡ ସୋ’ କରିଛନ୍ତି ମୋଦି । ଏଥିପାଇଁ ମଧ୍ୟ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ମୋଦିଙ୍କ ରୋଡ ସୋ’ ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।
ପୁରୀର ମରିଚକୋଟରୁ ଆରମ୍ଭ ହୋଇଛି ରୋଡ୍ ସୋ' । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ' । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍ରେ ପହଞ୍ଚିବେ ମୋଦି । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଏହି ରୋଡ଼ ସୋ'କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହି ରୋଡ଼ ସୋ'ରେ ସାମିଲ ହୋଇଛନ୍ତି, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ସାମିଲ ହୋଇଛନ୍ତି ।