ଏତେ ଭଲ ଖେଳିକି ବି ତାଙ୍କ ମନରେ ଟିକେ ହେଲେ ଗର୍ବ ନାହିଁ। ଆଉ ସାମି କହିଥିଲେ ମୋତେ ଯଦି ମୋ ପରିବାରର ସାଥ ନ ମିଳିଥାନ୍ତା ତାହାଲେ ହୁଏତ ମୁଁ କ୍ରିକେଟ ଖେଳି ପାରି ନ ଥାନ୍ତି। ଏହି ସାମିଙ୍କ ହୃଦୟକୁ ତାଙ୍କ ପତ୍ନୀ ବହୁ ଖଣ୍ଡ କରି ଭାଙ୍ଗିଦେଇଥିଲେ। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୁଁ ତିନି ତିନି ଥର ସୁଇସାଇଡ ଆଟେମ୍ପଟ କରିଥିଲି। ୨୪ ମହଲାରୁ ଡେଇଁ ପଡ଼ିବି ଭାବି ଥିଲି। ତା' ପରେ ମୋ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଗଲା। ମୋ ଝିଅ ମୋ ଠୁ ଦୂରେଇଗଲା। ଏମିତିକି ମୋ ସ୍ତ୍ରୀ ମୋତେ ଦେଶଦ୍ରୋହୀ ବୋଲି ମଧ୍ୟ କହିଥିଲେ। କିନ୍ତୁ ଧୀରେ ଧୀରେ କଠିନ ପରିସ୍ଥିତି ଅତିକ୍ରମ କଲି। ଆଉ ଦେଶ ଜାଣିଲା ମୁଁ କଣ। ଆଉ ମୋତେ ଖେଳିବାରେ ଯଦି କିଏ ମୋ ଆତ୍ମବିଶ୍ବାସ ବଢ଼ାଇଛନ୍ତି। ସେ ହେଲେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା। ପରିବାର ପରେ ଭାରତୀୟ ଟିମର ଖେଳାଳିମାନେ ମୋ ପାଇଁ ସବୁକିଛି। ସମସ୍ତେ ମୋ କନଫିଡେନ୍ସ ଲେଭଲକୁ ବହୁତ ବଢ଼ାଇଛନ୍ତି। ଆଉ ଅଜି ଯାହା ଦୁନିଆ ଦେଖୁଛି ତାହା ହେଉଛି ମୋର କଠିନ ପରିଶ୍ରମ। ଆଉ ଦେଶ ପାଇଁ କିଛି ବି କରିପାରେ।
୨୦୦୩ ବିଶ୍ବକପ ଫାଇନାଲର ପ୍ରତିଶୋଧ ନବ ରୋହିତ ବାହିନୀ
ମହମ୍ମଦ ସାମି ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୭ ୱିକେଟ ନେଇଥିଲେ ଆଉ ଭାରତକୁ ବଡ଼ ବିଜୟ ଦେଇଥିଲେ। ଭାରତୀୟ ଟିମ ବ୍ୟାଟିଂ ଲାଇନ ଯେତିକି ଷ୍ଟ୍ରଙ୍ଗ। ସେମିତି ସାମିଙ୍କ ବୋଲିଂ ଲାଇନର ତୁଳନା ନାହିଁ। କାରଣ ସାମିଙ୍କ ବୋଲ ଏଭଳି ସ୍ବିଙ୍ଗ ଯାହା ଅଡିୟନ୍ସ ମାନଙ୍କୁ ଏଣ୍ଟରଟେନ କରିଛି।
ଅନ୍ୟପଟେ ବିଶ୍ୱକପ୍ ଫାଇନାଲରେ ଭାରତ । ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। କାଲି ପାଇଁ କାଉଣ୍ଟ ଡାଉନ ଷ୍ଟାଟ ହୋଇଗଲାଣି। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ। ଇଣ୍ଡିଆ ଅଷ୍ଟ୍ରେଲିଆ ବଡ଼ ମ୍ୟାଚ। ସମସ୍ତଙ୍କ ନିଗାହେଁ ରହିବ ସାମିଙ୍କ ଉପରେ। ତାହାଲେ ଏଥର ବିଶ୍ବକପ ଆମର। କାରଣ ଯଦି ଆମେ ପୁଷ୍ପା ଷ୍ଟାଇଲରେ କହିବା ସାମି କଭି ଝୁକେଗା ନେହିଁ ସାଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର