ଏହି ଦୁଇମାସ ଛୁଟିରେ ରହିବା ପ୍ରସଙ୍ଗକୁ ନେଇ ବିରାଟ କହିଛନ୍ତି, ମୁଁ ଭାରତରେ ନଥିଲି। ଏମିତି ଏକ ସ୍ଥାନରେ ଥିଲି ଯେଉଁଠାରେ ଲୋକମୋତେ ଚିହ୍ନି ପାରୁ ନଥିଲେ। ଦୁଇମାସ ପୂରା ପରିବାର ସହିତ ରହିବାର ଓ ଜଣେ ନୂଆ ଅତିଥିଙ୍କୁ ସ୍ବାଗତ କରିବାର ଅନୁଭବକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। ପରିବାର ସହିତ ମୋତେ ସମୟ ବିତାଇବା ପାଇଁ ସୁଯୋଗ ମିଳେ ନାହିଁ।
ଏମିତି ସୁଯୋଗ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବି। ରାସ୍ତାରେ ମୁଁ କେବେ ସାଧାରଣଲୋକ ଭଳି ଯାଇପାରେ ନାହିଁ। ତେଣୁ ଯେଉଁ ଦୁଇମାସ ଛୁଟି ମୁଁ କଟାଇଛି ସେଠାରେ ସାଧାରଣଲୋକଙ୍କ ଭଳି ରାସ୍ତାରେ ବୁଲିବା ମାର୍କେଟିଂ କରିବା ଆଦିର ଖୁବ ମଜା ଉଠାଇଛି।
ଜାଣିନି ଏଭଳି ସୁଯୋଗ ମୋତେ ଦ୍ବିତୀୟଥର ମିଳି ପାରିବ କି ନାହିଁ। ଫେବୃଆରି ୨୦ରେ ମୁଁ ପୁତ୍ର ସନ୍ତାନର ବାପା ହୋଇଥିଲି। ଅନୁଷ୍କା ଲଣ୍ଡନରେ ଆକାୟଙ୍କୁ ଜନ୍ମ ଦେଇଥିଲେ। ମୁଁ ବହୁତ ଲକି ଯେ ମୁଁ ଅନୁଷ୍କାଙ୍କୁ ପାଇଛି। ମୋ ଜୀବନରେ ଅନୁଷ୍କା ଆସିବାପରେ ବହୁତ ପରିବର୍ତ୍ତନ ହୋଇଛି। ଏହି ଦିନ ଓ ସ୍ଥାନ ମୋ ପାଇଁ ମେମୋରେବଲ ହୋଇ ରହିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର