୨୦୨୨ଟି-୨୦ ବିଶ୍ବକପରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ସେମି ଫାଇନାଲରେ ପରାସ୍ତ କରିଥିଲା ଓ ଫାଇନାଲରେ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା। ପୂର୍ବ ଅପେକ୍ଷା ଭାରତର ବ୍ୟାଟିଂ,ବୋଲିଂ ଉଭୟ ବିଭାଗରେ ବେଶ ଶକ୍ତିଶାଳୀ ରହିଛି। ହିଟ୍ ମ୍ୟାନ୍ ରୋହିତ ଶର୍ମା ଜବରଦସ୍ତ ଫର୍ମରେ ଥିବାବେଳେ,ବୋଲିଂରେ ବୁମରା,କୁଲଦୀପ,ଅକ୍ଷର ପଟେଲ ଫର୍ମରେ ରହିଛନ୍ତି । ବିରାଟଙ୍କ ଠୁ ବଡ଼ ଇନିଂସ ଆଶା ରଖିଛି ଭାରତ।
ଇଂଲଣ୍ଡକୁ ସେମିରେ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛ ଟିମ୍ ଇଣ୍ଡିଆ। ଭାରତ ଧୋନୀଙ୍କ ସମୟରେ ଟି-୨୦ ବିଶ୍ବକପ୍ ଜିତିଥିବାବେଳେ ୧୦ ବର୍ଷହେଲା ଆଇସିସି ଟ୍ରଫି ମରୁଡି ପଡିଛି।ହିଟ୍ ମ୍ୟାନ୍ ଅଧିନାୟକଙ୍କ ଅଧିନାୟକତ୍ବରେ ଭାରତ ଟି-୨୦ ବିଶ୍ବକପ ଟ୍ରଫି ଧରିତୋଳୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର