ଏବେ ଆଇପିଏଲ ସରିବାପରେ ଭେଙ୍କଟେଶ ଛୁଟି କାଟୁଛନ୍ତି। କେଉଠି ଆପଣ ଜାଣିଛନ୍ତି କି ଆମେ କହୁଛୁ। ଭେଙ୍କଟେଶ ଏବେ ତାମିଲନାଡୁରେ ଛୁଟି କାଟୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ ଆକ୍ଟିଭ। ନିକଟରେ ସେ ଇନଷ୍ଟାରେ ଏକ ଭିଡିଓ ଶେୟାର କରିଥିଲେ। ଭେଙ୍କେଟେଶ ଯେଉଁଥିରେ ଏକ ମନ୍ଦିର ପରିସରରେ କିଛି ଛୋଟ ପିଲାଙ୍କ ସହ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ ଭେଙ୍କେଟେଶଙ୍କ ଗେଟଅପ ଥିଲା ଭାରି ଇଣ୍ଟେରେଷ୍ଟିଂ। କ୍ରିକେଟ ଖେଳିବା ସହ ସାଉଥର ଟ୍ରାଡିଶନାଲ ଲୁକରେ ତାଙ୍କୁ ଦେଖିବାକୁ ମିଳିଥିଲା। କ୍ରିକେଟ ଖେଳିବାବେଳେ ସେ ଧୋତି ପିନ୍ଧିଥିଲେ। ଧୋତିରେ ପୁଣି କ୍ରିକେଟ। ପୁରା ଅନ୍ନା ଷ୍ଟାଇଲ।
ତେବେ ଏହି ଭିଡିଓ ହେଉଛି ତାମିଲନାଡୁ କାଞ୍ଚିପୁରମର। ୨୯ବର୍ଷୀୟ ଭେଙ୍କେଟେଶ କାଞ୍ଚିପୁରମର ବେଦା ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳୁଥିବା ଜଣାପଡ଼ିଛି। ଏହି ଭିଡିଓ ପୋଷ୍ଟ କରି ସେ କ୍ୟାପଶନରେ ଲେଖିଛନ୍ତି ପିଲାଙ୍କ ସହ ଖେଳିବାରେ ଯେଉଁ ଖୁସି ମିଳେ ତାହା ଶବ୍ଦରେ ବର୍ଣ୍ଣନା କରିହେବନାହିଁ। କାଞ୍ଚିପୁରମ ବେଦା ସ୍କୁଲର ଛାତ୍ର ମାନଙ୍କ ସହ ସମୟ ବିତାଇବା ମୋ ପାଇଁ ସତରେ ଏକ ସୁନ୍ଦର ଅନୁଭୂତି। ଏହି ଫଟୋକୁ ଦେଖି ବହୁତ ଫ୍ୟାନମାନେ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ପିଲାମାନଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ମୋମେଣ୍ଟ। ପିଲାମାନଙ୍କର ବହୁ ଦିନର ସ୍ବପ୍ନ ସତ ହୋଇଛି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏତେ ବଡ଼ କ୍ରିକେଟର ହୋଇ ମଧ୍ୟ ପିଲାଙ୍କ ସହ ଖେଳିବା ଏକ ବହୁତ ବଡ଼ କଥା। ଆପଣଙ୍କ ପାଇଁ ରେସପେକ୍ଟ ଆହୁରି ବଢ଼ିଗଲା।
ସୂଚନା ଥାଉ କି, ୨୦୨୩ ଆଇପିଏଲରେ ଭେଙ୍କେଟେଶଙ୍କ ପ୍ରଦର୍ଶନ ଶାନଦାର ଥିଲା। ୧୪ ମ୍ୟାଚରେ ଭେଙ୍କେଟେଶ ୪୦୪ ରନ ବନାଇଥିଲେ। ଗୋଟିଏ ସେଞ୍ଚୁରୀ ସହ ଦୁଇଟି ହାଫ ସେଞ୍ଚୁରୀ କରିଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର