First time out at training for the senior Team🇮🇳. thank you my Master King @imVkohli bhaiya 💙🇮🇳 pic.twitter.com/jvKmTg9RnO — Yashasvi Jaiswal (@ImJaiswal_19) May 31, 2023
ଭିଡିଓରେ ଜୈଶଓ୍ବାଲ ବୋଲେର ଅଶ୍ବିନ ଏବଂ ଭେଟେରାନ ବିରାଟ କୋହଲିଙ୍କ ଠାରୁ କିଛି ଟିପ୍ସ ନେଉଥିବା ନଜର ଆସିଛନ୍ତି। କିଙ୍ଗ କୋହଲିଙ୍କଠାରୁ ବ୍ୟାଟିଂ ଟିପ୍ସ ନେଉଥିବାର ଭିଡିଓ ଏବେ ସବୁଠି ଭାଇରାଲ। ବିରାଟ କୈଶଓ୍ବାଲଙ୍କୁ ଯେମିତି ବ୍ୟାଟିଂ ପାଇଁ ପରାମର୍ଶ ଦେଉଛନ୍ତି ତାହା ସବୁ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛି।
ଯଶସ୍ବୀ ନିଶ୍ଚିତ ଆଗକୁ ଯାଇ କମାଲ କରିବେ ବୋଲି ଫ୍ୟାନ ଏବଂ ଇଣ୍ଡିଆ ଟିମର ଆଶା। ଯଶସ୍ବୀ ନିଜେ ତାଙ୍କ ଟ୍ବିଟର ପେଜରେ ଏହି ଭିଡିଓକୁ ଶେୟାର କରି କିଙ୍ଗ କୋହଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯଶସ୍ବୀ ନିଜ ଟ୍ବିଟର ପେଜରେ ଲେଖିଛନ୍ତି `ଥ୍ୟାଙ୍କ ୟୁ କୋହଲି ଭାଇ' ମୋତେ ଏତେ ଭଲ ସେ ଶିଖାଉଥିବାରୁ। ତେବେ ଆଇସିସି ମଧ୍ୟ ଜୈଶଓ୍ବାଲଙ୍କ ଏହି ଭିଡିଓ ଶେୟାର କରି ଲେଖିଛି ଇଂଲଣ୍ଡରେ ଜୈଶଓ୍ବାଲଙ୍କ ଫାଷ୍ଟ ଲୁକ୍ସ।
ସୂଚନା ଥାଉ କି, ଜୈଶଓ୍ବାଲ ଆଇପିଏଲରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ୧୪ଟି ମ୍ୟାଚରେ ସେ ୬୨୫ ରନ କରିଥିଲେ। ଏହି ସିଜନରେ ଜୈଶଓ୍ବାଲଙ୍କ ଶତକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଗାଭାସ୍କରଙ୍କ ଠାରୁ ରବି ଶାସ୍ତ୍ରୀ ପର୍ଯ୍ୟନ୍ତ ବହୁ ଦିଗ୍ଗଜ ଖେଳାଳି ଜୈଶଓ୍ବାଲଙ୍କ ପ୍ରଶଂସା କରିଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର