ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଆଇପିଏଲ୍ରେ ସୋମବାର କୋଲ୍କାତା ନାଇଟ୍ ରାଇଡର୍ସ ୭ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ବୋଲରଙ୍କ ସହାୟତାରେ କେକେଆର, ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା। ଫଳରେ ଦିଲ୍ଲୀ ମାତ୍ରା ୧୫୩ ରନ୍ରେ କରିଥିଲା। ଏହା ପରେ କେକେଆର୍ ୨୧ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଫିଲ୍ ସଲ୍ଟଙ୍କ ୬୮ ରନ୍ ବଳରେ ଦଳ ସହଜ ବିଜୟ ହାସଲ କରିନେଇଥିଲା। ଏଥିସହିତ କେକେଆର୍ ନବମ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ 11ତମ ମ୍ୟାଚ୍ରୁ ଷଷ୍ଠ ପରାଜୟ ବରଣ କରି ଟେବଲୁଲରେ ଷଷ୍ଠ ସଥାନରେ ରହିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି । ସାଇଣ୍ଟିଫିକ୍, ଫୋରେନ୍ ସିକ୍ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ । ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ।
ଛତ୍ରପୁରରେ ଜଣେ ଏଡିଜି ରହି ଆଇନଶୃଙ୍ଖଳା ତଦାରଖ କରିବେ । ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନଶୃଙ୍ଖଳା ତଦାରଖ କରିବେ ବୋଲି ସୂଚନା ମିଳିଛି । ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗକୁ ୩୬ ଘଣ୍ଟା ବିତିଥିଲେ ମଧ୍ୟ ଏବେବି ସ୍ଥିତି ଉତ୍ତେଜନାମୂଳକ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବନ କାହିଁକି କ୍ଷତିକାରକ ଏବଂ ଏଥିରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ।
ଖରା ଦିନରେ ସମସ୍ତଙ୍କୁ ଥଣ୍ଡାରେ ରହିବାକୁ ଭଲ ଲାଗେ। କିନ୍ତୁ ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଏସିର ପବନ ଖରା ଦିନରେ ଆରାମ ଦେଉଥିବା ବେଳେ ଏହା ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ବହୁତ ଖରାପ ହୋଇଥାଏ ।ଏହାର କାରଣ ହେଉଛି ଥଣ୍ଡା ପରିବେଶରେ ସବୁ ବେଳେ ବସିବା ହେତୁ ରକ୍ତ ପ୍ରବାହ କମିଯାଇଥାଏ ।ଏପରି ପରିସ୍ଥିତିରେ ଆଣ୍ଠୁ,ଗଣ୍ଠି ଯନ୍ତ୍ରଣା ସମସ୍ୟା ବଢିଯାଏ ।
ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ କଷ୍ଟ ଭୋଗୁଥିବା ଲୋକଙ୍କ ପାଇଁ ଯଦି ଆପଣ ଖରା ଦିନରେ ଏସିରେ ରୁହନ୍ତି ତେବେ ଅନେକ କ୍ଷତି ହୋଇଥାଏ। ଖରା ଦିନରେ ଅତ୍ୟଧିକ ଖରାରେ ବାହାରକୁ ବାହାରିବା ସମ୍ଭବ ହୋଇନଥାଏ । ଭିତରର ଆର୍ଦ୍ରତା ହେତୁ ଆଣ୍ଠୁ,ଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇପାରେ । ହାଡ ଦୁର୍ବଳ ହେବା ପରେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ବିପଦରେ ପଡ଼ନ୍ତି । ହୃଦୟ, ଫୁସଫୁସ, ଯକୃତ, ଆଖି ଏବଂ କିଡନୀ ସମସ୍ୟା ବଢିଯାଏ
ଦେଶର ୨୨ କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ୍ ରୋଗୀ ଅଟନ୍ତି। ଏହିପରି ଲୋକମାନେ ରୋଗ ଚିହ୍ନଟ ପରେ ପ୍ରତିଦିନ ଯୋଗ କରିବା ଆବଶ୍ୟକ । କୁହାଯାଏକି ଯେ ଯୋଗ ପ୍ରାଣାୟାମ ଆର୍ଥ୍ରାଇଟିସରେ ଗଣ୍ଠିର ଯନ୍ତ୍ରଣାକୁ କମାଇଥାଏ ।
ଆର୍ଥ୍ରାଇଟିସ୍ ଉପରେ ଏସିର ଥଣ୍ଡା ପବନର ପ୍ରଭାବ :-
ଅଧିକ ସମୟ ଧରି ଥଣ୍ଡା ପବନରେ ବସିବା କାରଣରୁ ରକ୍ତ ସଂଚାଳନରେ ଅସୁବିଧା ହୋଇଥାଏ ଖାଲି ସେତିକି ନୁହେଁ ତାସହ
ଗଣ୍ଠିରେ ଯନ୍ତ୍ରଣା ବଢିଥାଏ ।
ଆର୍ଥ୍ରାଇଟିସର ଲକ୍ଷଣ :-
ଗଣ୍ଠିରେ ଯନ୍ତ୍ରଣା ,ଗଣ୍ଠିରେ କଠିନତା ,ଆଣ୍ଠୁ ଫୁଲା,ଚର୍ମ ଲାଲ୍,ଚାଲିବାରେ ଅସୁବିଧା
ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଏହି ଭୁଲ କରନ୍ତୁ ନାହିଁ :-
ଓଜନ ବଢିବାକୁ ଦିଅନ୍ତୁ ନାହିଁ ,ଧୂମପାନରୁ ଦୂରେଇ ରୁହନ୍ତୁ
ଅଧିକ ପଢନ୍ତୁ ଜୀବନଶୈଳୀ ଖବର :
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଂଟାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ବଲାଙ୍ଗିର କଳାହାଣ୍ଡି ନୂଆପଡା ନବରଙ୍ଗପୁର ପାଇଁ ୟେଲୋ ଆଲଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ୧୮ ଏବଂ ୧୯ ତାରିଖରେ ଉଷ୍ମ ଓ ଆଦ୍ର ପରିସ୍ଥିତି ରହିବ। ବିଶେଷକରି ଉପକୂଳ ଓଡ଼ିଶାରେ ଏହି ପାଗ ଲାଗି ରହିବ। ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ଅଧିକଥିବାରୁ ୪୦ ଡିଗ୍ରୀ ତଳେ ତାପମାତ୍ରା ରହିଲେ ବି ଗରମ ସହ ଗୁଳୁଗୁଳି ଅନୁଭୁତୁ ହେବ।
ତେଣୁ କିଛି ସ୍ଥାନରେ ଉଷ୍ମ ଓ ଆଦ୍ର ପରିସ୍ଥିତି ରହିବ। ଏଥିପାଇଁ ଵାଲେଶ୍ବର ଭଦ୍ରକ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୟେଲୋ ଓ୍ବାର୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ପରେ ୨୦ ଏବଂ ୨୧ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି କରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ପ୍ରବାହ ଦେଖିବାକୁ ମିଳିବ। ନୂଆପଡା ବଲାଙ୍ଗିର ସମ୍ବଲପୁର ଅନୁଗୁଳ ବୌଦ୍ଧ ବରଗଡ଼ ଝାରସୁଗୁଡା ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ । ଏହାସହ ଏହି ୨୦ ଏବଂ ୨୧ ତାରିଖରେ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ମଧ୍ୟ ସମ୍ଭାବନା ରହିଛି ।
ସେହିପରି ୨୧ ତାରିଖ ପରେ ପୁଣି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ୨ ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଅଛି ବୋଲି ପୂର୍ବାନୁମାନ କରିଛି। ଅର୍ଥାତ ଆଗକୁ ଧୀରେ ଧୀରେ ତାତି ବଢିବା ସହ ଗରମ ଅନୁଭୁତୁ ହେବ ଆଉ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଂଟାରେ କାଁ ଭାଁ ସ୍ଥାନରେ ବର୍ଷା ହୋଇଥିବା ବେଳେ ମାଲକାନଗିରୀରେ ସର୍ବାଧିକ ୮.୨ ମିମି ବର୍ଷା ରେକର୍ଡ ହୋଇଛି।ସେହିପରି ଖରା ସହ ଅସହ୍ୟ ଗୁଳୁଗୁଳି ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ନୂଆପଡାରେ ୪୧.୬ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର