ଆଜି ସେ ସମସ୍ତ ଫର୍ମାଟରୁ ଅବସର ନେବା କଥା ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି କି, ଦେଶ ଓ ଉତ୍ତର ପ୍ରଦେଶ ପାଇଁ କ୍ରିକେଟ ଖେଳିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହାସହ ସେ ବିସିସିଆଇ, ୟୁପି କ୍ରିକେଟ ଆସୋସିଏସନ ଓ ଆଇପିଏଲରେ ନିଜର ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପରକିଙ୍ଗିସକୁ ଧନ୍ୟବାଦ ଦେଇଛନ୍ତି ।
ସେପ୍ଟେମ୍ବର ୧୦ରୁ ସେ ସଡକ ସୁରକ୍ଷା ବିଶ୍ୱ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରାଇନା ନିଶ୍ଚିତ କରିଛନ୍ତି । ସେ ଗତ ଏକ ସପ୍ତାହ ଧରି ଅଭ୍ୟାସ କରୁଛନ୍ତି । ୨୦୫ ଆଇପିଏଲ୍ ମ୍ୟାଚ୍ ଖେଳିଥିବା ସୁରେଶ ରାଇନା ମଧ୍ୟ ସୂଚନା ଦେଇଛନ୍ତି ଯେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଛି । ଦକ୍ଷିଣ ଆଫ୍ରିକାର ନୂତନ ଟି-୨୦ ଲିଗରେ CSKର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଡିଆ ସିମେଣ୍ଟସ୍ କିଣିଥିବା ଦଳ ପାଇଁ ସେ ଖେଳିପାରିବେ ।
It has been an absolute honour to represent my country & state UP. I would like to announce my retirement from all formats of Cricket. I would like to thank @BCCI, @UPCACricket, @ChennaiIPL, @ShuklaRajiv sir & all my fans for their support and unwavering faith in my abilities 🇮🇳 — Suresh Raina🇮🇳 (@ImRaina) September 6, 2022
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।