ଫଳରେ ଚାମ୍ପିଅନ ହେବାକୁ ଚେନ୍ନାଇ ୨୧୫ ରନର ଟାର୍ଗେଟ ମିଳିଥିଲା । ହେଲେ ଦ୍ୱିତୀୟ ଇଂନିସ୍ ଆରମ୍ଭରୁ ହିଁ ବାଧକ ସାଜିଥିଲା ବର୍ଷା । ସବୁ ବାଧା ପରେ ବି ଧୋନୀ ବାହିନୀ ବିଜୟ ଲାଭ କରିଛନ୍ତି।ଗୁଜୁରାଟ ଟାଇଟନ୍ସକୁ ଫାଇନାଲ ମ୍ୟାଚରେ ମାତ୍ ଦେଲା ଚେନ୍ନାଇ ସୁପର କିଙ୍ଗ। ଆଉ ୫ମ ଥର ପାଇଁ ହାତେଇଲା ଆଇପିଏଲ ଟ୍ରଫି। ପୁରା କ୍ୟାମ୍ପରେ ଖୁସିର ମାହୋଲ ଥିବାବେଳେ ନିରବ ଥିଲେ ଧୋନି।
ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଆଖିରେ ଲୁହରେ ଦେଖିବାକୁ ମିଳିଥିଲା। ଯାହାକି ଖୁବ କମ୍ ଦେଖିବାକୁ ମିଳେ।କିନ୍ତୁ ବର୍ଷା ଲାଗି ପରେ ୧୫ ଓଭରରେ ୧୭୧ ରନର ଟାର୍ଗେଯ ଆସିଥିଲା। ଚେନ୍ନାଇ ଟିମ୍ ଟାର୍ଗେଟକୁ ପିଛା କରି ଭଲ ଆରମ୍ଭ ମଧ୍ୟ କରିଥିଲା। ଶେଷ ଓଭରରେ ୧୩ ରନ ଦରକାର ଥିଲା। କ୍ରିଜରେ ଥିଲେ ରବିନ୍ଦ୍ର ଜାଡେଜା ଏବଂ ଶୁଭମ ଦୁବେ।ଡଗଆଉଟରେ ଚୁପଚାପ ବସୁଥିବା ଧୋନି କିନ୍ତୁ ଏଥରକ ନିଜ ଆଖିକୁ ବନ୍ଦ କରି ବସିଥିଲେ। ଠିକ୍ ଏହି ସମୟରେ ଯେତେବଳେ ଜାଡେଜା ଏକ ଛକା ଏବଂ ଚୌକା ମାରି ମ୍ୟାଚ ଜିତାଇ ଦେଇଥିଲେ। ସେତେବେଳେ ଧୋନି ବସିଥିବା ଆସନରୁ ଉଠିଆସିଥିଲେ।
ମ୍ୟାଚ ବିଜୟ ପରେ ପଡିଆରୁ ଦୌଡି ଆସୁଥିବା ଜାଡେଜାଙ୍କୁ ନିଜ କାନ୍ଧରେ ଟେକି ନେଇଥିଲେ ଧୋନି। ଏହି ସମୟରେ ଧୋନିଙ୍କ ଆଖିରେ ଲୁହ ଆସୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ଧୋନି ପୁରସ୍କାର ବିତରଣ ଉତ୍ସବରେ ମାନିଥିଲେ। ଧୋନି କହିଥିଲେ, ଶେଷରେ ମୁଁ ବି ମଣିଷ। ଏତେ ବଡ ଖୁସିର ମୁହୁର୍ତ୍ତରେ ଆଖିରୁ ଲୁହ ଆସିବା ସ୍ୱାଭାବିକ କଥା।ଏହି ମ୍ୟାଚଟି ଖୁବ ରୋମାଞ୍ଚକର ଥିଲା। ଧୋନୀଙ୍କ କ୍ରେଜ ଆଉ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଆଣିଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର: