ତେବେ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ ଆୟୋଜନର ତିଳେ ହେଲେ ସମ୍ଭାବନା ନାହିଁ । ବଂର ପାକିସ୍ତାନ ଏସିଆ କପ୍ ର ଆୟୋଜକ ରହିପାରେ କିନ୍ତୁ ପ୍ରତିଯୋଗିତା ୟୁଏଇକୁ ସ୍ଥାନାନ୍ତର ହେବ । ଏହା ନହେଲେ ଶ୍ରୀଲଙ୍କାକୁ ଆୟୋଜନ ଅଧିକାରର ବିକଳ୍ପ ବି ରହିଛି । ଅନ୍ୟ ପଟେ ଭାରତ ସରକାରଙ୍କ ଠାରୁ ପାକିସ୍ତାନ ଯାତ୍ରା ପାଇଁ ମିଳିନି ଗ୍ରିନ ସିଙ୍ଗନାଲ । ତେଣୁ ପାକିସ୍ତାନରେ ଏସିଆ ବିଶ୍ଵକପ ହେବାର ସମ୍ଭାବନା ନାହିଁ । ଉଭୟ ଦେଶ ଭିତରେ କୂଟନୈତିକ ସଂପର୍କ ଭଲ ନଥିବାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବା ଅସମ୍ଭବ । ପୁଣି ପେଶୱାରରେ ବୋମା ବିସ୍ପରଣ ଘଟଣା ପାକିସ୍ତାନରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏସିଆ ବିଶ୍ୱ କପରେ ଭାଗନେବନି ଭାରତୀୟ ଦଳ

ଅର୍ଗସ ବ୍ୟୁରୋ: ପାକିସ୍ତାନରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ନେଇ ସୁରକ୍ଷା ପ୍ରସଙ୍ଗ ଉପରେ ରହିଛି ପ୍ରଶ୍ନବାଚୀ । ପାକିସ୍ତାନରେ ଆୟୋଜିତ ହେବାକୁଥିବା ଏସିଆ ବିଶ୍ୱ କପରେ ଭାଗନେବନି ଭାରତୀୟ ଦଳ । ଏହିପରି ଚରମ ନିଷ୍ପତ୍ତି ନେଇଛି ବିସିସିଆଇ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧକ୍ଷ ନଜମ ସେଠୀଙ୍କ ପକ୍ଷରୁ ଡକାଯାଇଥିବା ଏସୀୟ କ୍ରିକେଟ ପରିଷଦ ବୈଠକରେ ଯୋଗଦେବା ପୂର୍ବରୁ ନିଜ ଆଭିମୁଖ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା । ଏହି ଏସିସି ବୈଠକରେ ଏସିଆ କପ ଆୟୋଜନ ଅଧିକାର ଭାଗ ନିର୍ଣ୍ଣୟ ହେବ ।
Download Argus News App
