ଏହାପୂର୍ବରୁ ସୋମବାର ବିସିସିଆଇ ସଚିବ ଜୟ ଶାହ କହିଥିଲେ ପନ୍ତ ଫିଟ ଅଛନ୍ତି। ଆହତ କାରଣରୁ ଟିମ ଇଣ୍ଡିଆରୁ ଦୂରରେ ଥିବା ପନ୍ତ କିଛି ସମୟ ପାଇଁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଥିଲେ। ଏଠାରେ ୨୬ବର୍ଷୀୟ ଖେଳାଳି ଅଭ୍ୟାସ କରୁଥିବା ଦେଖାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ ଏବଂ ଆଇପିଏଲ ୨୦୨୪ରେ ଫେରିବାକୁ ପ୍ରସ୍ତୁତ।
ବିସିସିଆଇ ପନ୍ତ ଫିଟ ଘୋଷଣା କରି କହିଛି ଯେ, ଡିସେମ୍ବର ୩୦, ୨୦୨୨ରେ ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ୧୪ ମାସ ଚିକିତ୍ସିତ ହେବାପରେ ରିଷଭ ପନ୍ତ ବର୍ତ୍ତମାନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଆଗାମୀ ଆଇପିଏଲ ପାଇଁ ଫିଟ ଘୋଷିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର