ତେବେ ମେଲବୋର୍ଣ୍ଣରେ ସାନିଆଙ୍କ ଭାବପୂର୍ଣ୍ଣ ବିଦାୟୀ ମ୍ୟାଚ ପରେ ସୋଏବ କରିଥିବା ଟ୍ୱିଟଟି ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି। ଲେଖିଛନ୍ତି- you are the much needed hope for all the women in sports. Super proud of you for all you have achieved in your career. You are an inspiration for many, keep going strong. Many congratulations on an unbelievable career…`। ଉତ୍ତରରେ ସାନିଆ ମିର୍ଜା କେବଳ ଏକ ଇମୋଜି ସହ thank you ଲେଖି କାମ ସାରିଦେବା କଥାକୁ ନେଇ ଆରମ୍ଭ ହୋଇଯାଇଛି ମତମନ୍ତବ୍ୟ। ସେମାନଙ୍କ ଶୁଖିଲା ସଂକ୍ଷିପ୍ତ ଔପଚାରିକ ବାର୍ତ୍ତାଳାପରୁ ଜଣାପଡୁଛି, ଉଭୟଙ୍କ ମଦ୍ୟରେ କିଛି ଠିକ୍ ଚାଲୁନାହିଁ।
ଏହାକୁ ଦେଖି କିଛି ଲୋକ ମନ୍ତବ୍ୟ ଦେଇଛନ୍ତି। ସୋଏବ ସାନିଆଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇଥିବା ବେଳେ ସାନିଆ କେବଳ ଧନ୍ୟବାଦ କହି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବା କିଛି ଲୋକଙ୍କୁ ବ୍ୟଥିତ କରିଛି। ସାନିଆଙ୍କ ଶେଷ ବଡ଼ ମ୍ୟାଚରେ ସୋଏବ ଉପସ୍ଥିତ ରହିବା ଉଚିତ ନଥିଲା କି ବୋଲି ପ୍ରଶ୍ନ ଉଠିଛି। ସେମାନଭ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି ମଦ୍ୟ ଅନ୍ୟପକ୍ଷରେ କିଛି ସଚେତନ ଲୋକ ସତର୍କ କରାଇଦେଇଛନ୍ତି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ
ତେବେ ସାନିଆଙ୍କ ଶେଷ ମ୍ୟାଚକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ କିରେନ ରିଜିଜୁ, ଲେଖକ ସଂଜୟଝା, କ୍ରୀଡାବିତ ସଚିନ ତେନ୍ଦୁଲକର, ଓ୍ୱାକାର ୟୁନିସ, ମହମ୍ମଦ ହଫିଜ, ଯୁବରାଜ ସିଂହ, ମହମ୍ମଦ କୈଫ, ମିତାଲି ରାଜ ଓ ମାର୍ଟିନା ନାଭ୍ରାତିଲୋଭା, ଚଳଚ୍ଚିତ୍ର ତାରକା କାଜଲ, ଦୀୟା ମିର୍ଜା, ଅନୀଲ କପୁର, ଅଭିଷେକ ବଚ୍ଚନ ଓ ରିତେଶ ଦେଶମୁଖଙ୍କ ପରି ଅଗଣିତ ନାମୀଦାମୀ ପ୍ରଶଂସକ ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ୍ ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।