ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଏପ୍ରିଲ ୨ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ। ଉଲ୍ଲେଖନୀୟ ରୋହିତ ଶର୍ମା ଚଳିତବର୍ଷ ଅକ୍ଟୋବର ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ବକପରେ ଭାରତୀୟ ଦଳର ନେତୃତ୍ବ ନେବେ। ଏମିତିରେ ରୋହିତଙ୍କ ଖେଳକୁ ନେଇ ବିଶେଷ ଧ୍ୟାନ ଦିଆଯିବ। ଯଦି ରୋହିତ ଶର୍ମାଙ୍କୁ କିଛି ମ୍ୟାଚରେ ବିଶ୍ରାମ ଦିଆଯାଏ ତେବେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ବ ଦିଆଯିବ।
ରୋହିତଙ୍କୁ କଣ ମ୍ୟାଚରେ ବିଶ୍ରାମ ଦିଆଯିବ? ଏହାର ଉତ୍ତରରେ ମାର୍କ ବାଉଚର କହିଛନ୍ତି, ସେ ହିଁ ଦଳର ଅଧିନାୟକ ଆମର ଏବଂ ସାରା ଦେଶର ତାଙ୍କ ଉପରେ ଗଭୀର ବିଶ୍ବାସ ରହିଛି। ବିଶ୍ରାମ କଥା ଯଦି ଉଠେ ସେ ହିଁ ଅଧିନାୟକ। ସେ ଚମତ୍କାର ଲୟରେ ମ୍ୟାଚ ଖେଳିବେ। ମୁଁ ଭାବୁଛି ସେ ବିଶ୍ରାମ ନେବେ ନାହିଁ। ଦଳକୁ ଅନୁକୂଳ ହେଲା ଭଳି ସେ ନିଶ୍ଚିତ ନିଷ୍ପତ୍ତି ନେବେ। ରୋହିତ ଗତ ସିଜନରେ ଗୋଟିଏ ହେଲେ ଅର୍ଦ୍ଧଶତକ ଲଗାଇପାରିନାହାନ୍ତି।
ଅଧିକ ଖେଳଖବର ପଢ଼ନ୍ତୁ: