୧୯୫୯ ମସିହା ମାର୍ଚ ମାସ ୧୦ ତାରିଖ ଦିନ ତିବତରେ ମାଓଙ୍କ ଚୀନ ସେନା ବିରୁଦ୍ଧରେ ଜନ ବିଦ୍ରୋହ ଆରମ୍ଭ ହୋଇଥିଲା । ଏଦି ଦିନ ତିବତର ହଜାର- ହଜାର ସଂଖ୍ୟାରେ ଜନସାଧାରଣ ବୌଦ୍ଧ ଭିକ୍ଷୁ ରାଜରାସ୍ତାକୁ ଓହ୍ଲାଇ ମାଓଙ୍କ ଲାଲ ସେନାର ବିରୋଧ କରିଥିଲେ । ଏହା ପରେ ମାଓଙ୍କ ସେନାର ଆକ୍ରମଣରେ ହଜାର- ହଜାର ସଂଖ୍ୟାରେ ନୀରିହ ତିବତୀୟ ଜନସାଧାରଣ ପ୍ରାଣବଳି ଦେଇଥିଲେ ଏବଂ ଏହା ପରେ ଏପରି ପରିସ୍ଥିତି ଉତ୍ପନ୍ନ ହୋଇଥିଲା ଯେ ପରମ ପାବନ ଦଲାଇଲାମାଙ୍କୁ ତିବତ ଛାଡି ଭାରତ ଆସିବାକୁ ପଡିଥିଲା ।
ଚୀନର କମ୍ୟୁନିଷ୍ଟ ସେନା ୧୯୪୯ ମସିହା ପାଖାପାଖି ତିବତ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା ପ୍ରଥମେ ମାଓଙ୍କ ସେନା ଚୀନ ସହିତ ଲାଗିଥିବା ତିବତର ଭାଗ ଆମଦୋ ଏବଂ ଖାମ ରାଜ୍ୟରେ ପ୍ରବେଶ କରି ଏଗୁଡିକୁ ନିୟନ୍ତ୍ରଣରେ ନେବା ଆରମ୍ଭ କରିଥିଲା । ଚୀନ ନିଜର ବର୍ବର ସୈନ୍ୟ ବଳ ମାଧ୍ୟମରେ ଦଲାଇଲାମାଙ୍କୁ ନ ୂଆଇଁବା ପାଇଁ ଚାହୁଁଥିଲା । ଏପରି କାରଣରୁ ହିଁ ବାଧ୍ୟ ହୋଇ ତିବତକୁ ଚୀନ ସହିତ ୧୭ ସୂତ୍ରୀ ଚୁକ୍ତି ଭଳି ଚୁକ୍ତି ସ୍ୱାକ୍ଷର କରିବାକୁ ପଡିଥିଲା ।
ଧୀରେ ଧୀରେ ଚୀନର ସେନା ରାଜଧାନୀ ଲାହାସାରେ ମଧ୍ୟ ପହଂଚି ଯାଇଥିଲା । ଚୀନ ଧୀରେ ଧୀରେ ସମ୍ପୂର୍ଣ ତିବତରେ ନିଜର ପ୍ରଶାସନ ଚଳାଇବା ପାଇଁ ନୂଆ ରଣନୀତି ଆପଣାଇବା ଆରମ୍ଭ କଲା । ଏହି ନୂଆ ରଣନୀତି ଅନୁସାରେ ଦଲାଇଲାମାଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଭାଗ ଗୁଡିକୁ କାର୍ଯ୍ୟକରିବାକୁ ଦେଇଥିଲେ । ତେବେ ସମାନ୍ତରାଳ ଭାବରେ ଚୀନ ନିଜର ପ୍ରଶାସନିକ ବିଭାଗ ଚଳାଇବା ଆରମ୍ଭ କରି ଦେଲା । ଚୀନର ସେନା ବଳରେ ସେ ଏହାକୁ ଚଳାଉଥିଲା । ଏହା ପରେ ଚୀନର ସୈନିକ ମାନେ ତିବତରେ ଥିବା ମଠ ମନ୍ଦିର ଗୁଡିକୁ ଭାଙ୍ଗିବା ଆରମ୍ଭ କରିଦେଲେ । ବୌଦ୍ଧ ଭିକ୍ଷୁ ମାନଙ୍କର ଅପମାନ କରାଯିବ । ଆରମ୍ଭ ହୋଇଗଲା । ଏହା ଫଳରେ ସମ୍ପୂର୍ଣ ତିବତରେ ଅସନ୍ତୋଷର ବହ୍ନି ବଢିବାରେ ଲାଗିଲା ।
ଏହି ସମୟ ମଧ୍ୟରେ ଦଲାଇଲାମା ଭାରତ ଆସିଥିଲେ ଓ ସେ ସେଠାକାର ପରିସ୍ଥିତି ବିଷୟରେ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ସେ ଭାରତରେ ଶରଣ ନେବା କଥା ମଧ୍ୟ କହିଥିଲେ । ପଣ୍ଡିତ ନେହେରୁ ତାଙ୍କୁ ସେତେବେଳେ ସ୍ପଷ୍ଟ ଭାବରେ ମନା କରି କହିଥିଲେ ଓ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଚୀନ ସହିତ ମିଳି ମିଶି ରହିବା ସିଖନ୍ତୁ । କେବଳ ଏତିକି ନୁହେଁ ଏହା ପରେ ସେ ଚୀନର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଏହି କଥା ଗୁଡିକ କହି ଦେଇଥିଲେ । ତିବତର ସ୍ଥିତି ଧିରେ ଧିରେ ଖରାପ ହେବାରେ ଲାଗିଥିଲା ।
ତିବତରେ ମୋନଲମ ନାମକ ଏକ ଉତ୍ସବ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ତିବତର ବିଶେଷଜ୍ଞ ମାନେ କହନ୍ତି ଯେ ତ ତିବତରେ ଏହା ସବୁଠାରୁ ବଡ ପର୍ବ । ଏହି ଉତ୍ସବରେ ଭାଗ ନେ ବା ପାଇଁ ସମ୍ପୂର୍ଣ ଦେଶରୁ ଭକ୍ତ ମାନେ ଲାହାସା ଆସିଥାନ୍ତି ଓ ବୁଦ୍ଧ ମନ୍ଦିରରେ ପୂଜାର୍ଚନା ହୋଇଥାଏ । ମୋନଲମ ଉତ୍ସବବେଳେ ଲାହାସାର ପ୍ରଶାସନ ଦାୟିତ୍ୱ ବୌଦ୍ଧ ଭିକ୍ଷୁ ମାନଙ୍କ ହାତକୁ ଆସିଯାଇଥାଏ ।
୧୯୫୯ ମସିହା ମୋନଲମର କିଛି ଦିନ ପୂର୍ବରୁ ତିବତୀୟ ନବ ବର୍ଷ ଅବସରରେ ଦଲାଇଲାମାଙ୍କ ରାଜପ୍ରାସାଦରେ ନାମଗ୍ୟାଲ ମଠର ବୌଦ୍ଧ ଭିକ୍ଷୁ ମାନଙ୍କର ଏକ ନୃତ୍ୟ କାର୍ଯ୍ୟକ୍ରମ ହେଉଥିଲା । ଏହି ନୃତ୍ୟ କାର୍ଯ୍ୟକ୍ରମରେ ଚୀନର ଦୁଇ ଜଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ଦଲାଇଲାମାଙ୍କୁ କହିଥିଲେ ଯେ ଚୀନରୁ ଏକ ନୃତ୍ୟ ଦଳ ଲାହାସା ଆସିଛି । ଆପଣ ଏହି ଡ୍ରାଗନ ନୃତ୍ୟକୁ ଦେଖିବାକୁ ଲାହାସା ସ୍ଥିତ ଚୀନ ସେନାର କାର୍ଯ୍ୟାଳୟ କୁ ଆସନ୍ତୁ ବୋଲି ସେମାନେ କହିଲେ । ଦଲାଇ ଲାମା ଏହି କାର୍ଯ୍ୟକ୍ରମ ପାଇଁ ୧୦ ମାର୍ଚର ତାରିଖ ସ୍ଥିର କଲେ । ବାସ୍ତବରେ ଏହି କାର୍ଯ୍ୟକ୍ରମ ଦେଖାଇବା ବାହାନାରେ ଚୀନ ଦଲାଇଲାମାଙ୍କ ଅପହରଣ କରି ନେଇ ଯିବାକୁ ଚାହୁଁ ଥିଲା । ଏହା ପରେ ଚୀନର ଅଧିକାରୀ ମାନେ ଦଲାଇଲାମାଙ୍କ ଅଙ୍ଗରକ୍ଷକ ମାନଙ୍କୁ କହିଲେ ଯେ ଦଲାଇଲାମା ଏହି କାର୍ଯ୍ୟକ୍୍ରମ ପାଇଁ ତିବତୀୟ ସେନାକୁ ନ ନେଇ ଆସିବେ । ବହୁତ ଆବଶ୍ୟକ ହେଲେ ସେ ଦୁଇ କିମ୍ବା ତିନି ଜଣ ବିନା ଅସ୍ତ୍ର ଶସ୍ତ୍ର ଧରି ଅଙ୍ଗରକ୍ଷକ ଯ ।ଇ ପାରନ୍ତି । ଏହା ବ୍ୟତୀତ ମାମଲାକୁ ସମ୍ପୂର୍ଣ ଗୋପନୀୟ ରଖିବାକୁ ସେମାନେ କହିଥିଲେ ।
ଚୀନର ସୈନିକ ମାନଙ୍କର ଗତିବିଧି ତିବତୀୟ ମାନଙ୍କୁ ଆଶ୍ଚର୍ଯ୍ୟଜନକ ଲାଗିଥିଲା । ସେମାନେ ଆଶଙ୍କା କରିବା ଆରମ୍ଭ କରିଦେଲେ ଯେ ଚୀନ ପରମ ପାବନ ଦଲାଇଲାମାଙ୍କ ଅପହରଣ କରି ନେଇଯିବାକୁ ଷଡଯନ୍ତ୍ର କରୁଛି । ଲାହାସାକୁ ଆସିବା ପାଇଁ ଯେଉଁ ପୋଲ ଥିଲା ତାକୁ ଚୀନର ସୈନିକ ମାନେ ବନ୍ଦ କରିଦେଲେ । ଏହା ଫଳରେ ଆଶଙ୍କା ଆହୁ ରି ବଢିବାରେ ଲାଗିଲା । ମାଓଙ୍କ ସେନା ଦଲାଇଲାମାଙ୍କୁ ଅପହରଣ କରିବାର ଯୋଜନା କରୁଛି ବୋଲି ଲାହାସାରେ ପ୍ରଚାରିତ ହେବା ଆରମ୍ଭ ହୋଇଗଲା । ଏହି ଖବର ତୀବ୍ର ଗତିରେ ପ୍ରଚାରିତ ହେଲା । ହଜାର- ହଜାର ସଂଖ୍ୟାରେ ତିବତୀ ଦଲାଇଲାମାଙ୍କ ପ୍ରାସାଦ ନିକଟରେ ଏକତ୍ରିତ ହେବା ଆରମ୍ଭ ହୋଇଗଲା । ତିବତର ଏହି ଲୋକ ମାନେ ଚାହୁଁ ନ ଥିଲେ ଯେ ଦଲାଇଲାମା ଏହି କାର୍ଯ୍ୟ କ୍ରମ ଦେଖିବାକୁ ଚୀନ ସେନାର କାର୍ଯ୍ୟାଳୟକୁ ନ ଯାଆନ୍ତୁ । ଲୋକମାନଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଥିଲା ।
ଲୋକ ମାନଙ୍କ ମଧ୍ୟରେ କ୍ରୋଧ କେତେ ଥିଲା ଏହି କଥାରୁ ଅନୁମାନ କରାଯ ।ଇପାରେ ଯେ ଜଣେ ବରିଷ୍ଠ ଅଧିକାରୀ ଯାହାଙ୍କ ଉପରେ ଚୀନର ସମର୍ଥକ ହୋଇଥିବାର ସନ୍ଦେହ ଥିଲା ତା ଉପରେ ଲୋକମାନେ ଆକ୍ରମଣ କରିଦେଲେ । ତାଙ୍କୁ ଚୀନର ଦଲାଲ ବୋଲି କହି ଗାଡିରୁ ଟାଣି ଆଣି ନିସ୍ତୁକ ମାଡ ମାରିଥିଲେ ଫଳରେ ତାର ମୃତ୍ୟୁ ଘଟିଥିଲା ।
ଏପରି ପରିସ୍ଥିତି ଉତ୍ପନ୍ନ ହେଲା ଯେ ଦଲାଇଲାମା ସେଠାରୁ ଡ୍ରାଗନ ନୃତ୍ୟ ଦେଖିବା ପାଇଁ ଯାଇପାରିଲେ ନାହିଁ । ସମ୍ପୂର୍ଣ ବାତାବରଣ ଅଶାନ୍ତ ହୋଇଯାଇଥିଲା । ଚୀନର ସୈନିକ ମାନଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଥିଲା ।
ସାତ ଦିନ ପର୍ଯ୍ୟନ୍ତ ଚୀନ ସେନା ଚୁପ ହୋଇ ରହିଲା । ତେବେ ମାର୍ଚ ୧୭ ତାରିଖ ଦିନ ମାଓ ସେନା ତାର କର୍ଯ୍ୟାଳୟରୁ ବାହାରକୁ ଆସି ତାର ତାଂଡ଼ବ ଦେଖାଇବା ଆରମ୍ଭ କଲା । ଲାହାସାର ରାଜରାସ୍ତା, ବଜାରରେ ମାଓ ସେନାର ନିର୍ମମତା ର ଡ୍ରାଗନ ନୃତ୍ୟ ଦେଖା ଦେଲା ଦଲାଇଲାମାଙ୍କ ପ୍ରାସାଦ ନାରବୁଲିଙ୍ଗା ଠାରେ ମଧ୍ୟ ବୋମା ପକାଇ ଦିଆଗଲା । ଚୀନର ସେନାଙ୍କ ଏହି ଅମାନବୀୟ ଆକ୍ରମଣରେ ଦଶ ହଜାରରୁ ଉର୍ଧ ନୀରିହ ଲୋକଙ୍କ ପ୍ରାଣ ଯାଇଥିଲା ।
ତିବତୀୟ ଜନ ବିଦ୍ରୋହ ଘଟଣାକୁ 60 ବର୍ଷ ବିତି ଗଲାଣି । କିନ୍ତୁ ତିବତୀୟ ମାନଙ୍କ ମଧ୍ୟରେ ସେହି ପୀଡା ଆଜି ମଧ୍ୟ ରହିଛି । କମ୍ୟୁନିଷ୍ଟ ଚୀନର ଦାସତ୍ୱରୁ ତିବତ ସ୍ୱାଧୀନ ହୋଇ ପାରି ନାହିଁ । ବିଗତ ବର୍ଷ ଗୁଡିକରେ ଚୀନ ତିବତର ଚୀନୀକରଣର ପ୍ରୟାସକୁ ଆହୃରି ତ୍ୱରାନ୍ୱିତ କରିବାରେ ଲାଗିଛି । ତିବତରେ ଚୀନର ହାନ ଜାତିର ଲୋକ ମାନଙ୍କୁ ରଖାଯାଉଛି । ତିବତୀ ଝିଅ ମାନଙ୍କୁ ଜବରଦସ୍ତି ଚୀନର ଯୁବକ ମାନଙ୍କ ସହ ବିବାହ କରାଇ ଦିଆଯାଉଛି । ତିବତରେ ତିବତୀୟ ମାନଙ୍କୁ ସଂଖ୍ୟା ଲଘୁ କରିବାର ଚେଷ୍ଟା ଚାଲିଛି । ତିବତୀୟ ଜାତିକୁ ଶେଷ କରିବାକୁ ଚେଷ୍ଟା କର ।ଯାଉଛି । ଆଉ ସବୁଠାରୁ ଦୁର୍ଭାଗ୍ୟର ବିଷୟ ମାନବିକ ଅଧିକାରର ବଡ ବଡ କଥା କହୁଥିବା ଦେଶ ମାନେ ଏ ନେଇ ମୌନ ଅଛନ୍ତି । କେହି ପାଟି ଖୋଲୁ ନାହାନ୍ତି । ଏହି ବର୍ଷ ମାନଙ୍କରେ ଚୀନ ପକ୍ଷରୁ ଦମନର କାର୍ଯ୍ୟ କଳାପ ବଢିଥିବା ବେଳେ ତିବତୀୟ ମାନେ ମଧ୍ୟ ସଂଘର୍ଷକୁ ଛାଡି ନାହାନ୍ତି । ତିବତୀୟ ମାନଙ୍କ ସଂଖ୍ୟା ଖୁବ କମ ଥିବା ସତ୍ୱେତ୍ତ ସେମାନେ ସ୍ୱାଧୀନତା ସଂଗ୍ରାମର ବହ୍ନିକୁ ଜଳାଇରଖିଛନ୍ତି । ସଫଳତା ସେମାନଙ୍କୁ ମିଳେ ଯିଏ ସଂଘର୍ଷ କରେ ଏବଂ ସତ୍ୟର ହିଁ ଜୟ ହୁଏ । ତେଣୁ ସତ୍ୟ ଓ ଧର୍ମ ପଥରେ ଥାଇ ଅହିଂସକ ଭାବରେ ପାଶବିକ ଶକ୍ତି ବିରୁଞ୍ଚରେ ସଂଗ୍ରାମ କରୁଥିବା ତିବତୀୟ ମାନଙ୍କୁ ସଫଳତା ଯେ ନିଶ୍ଚୟ ମିଳିବ ଏଥିରେ ସନ୍ଦେହର ଅବକାଶ ନାହିଁ ।
ତିବତୀୟ ଜନ ବିଦ୍ରୋହ ଦିବସ

ତିବ୍ବତୀୟ ଜନ ବିଦ୍ରୋହ ଦିବସ (Tibetan Uprising Day) କୁ ଆଜି ଅର୍ଥାତ 10 ମାର୍ଚ 2022ରେ 63 ବର୍ଷ ପୂରଣ ହୋଇଛି । ଫଟୋର ପୃଷ୍ଠଭୂମିରେ ଯେଉଁ ରାଜ ପ୍ରାସାଦ ରହିଛି ତାହାର ନାମ ହେଉଛି ପୋତାଲା । ଏହା ଲାହାସା ସହରରେ ସ୍ଥିତ ଓ ପରମ ପାବନ ଦଲାଇଲାମାଙ୍କ ନିବାସ ସ୍ଥାନ । ଏହି ରାଜ ପ୍ରାସାଦ ପାଖାପାଖି ହିଁ ତିବ୍ବତୀୟ ଜନ ବିଦ୍ରୋହ ଆରମ୍ଭ ହୋଇଥିଲ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
