ଅର୍ଗସ ବ୍ୟୁରୋ : ୨୦୨୪ରେ ୩ଟି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣର ଅବଧି ରହିଛି ସକାଳ ୧୦ ମିନିଟ ୨୪ ସେକେଣ୍ଡରୁ ଦ୍ବିପହର ୩ ମିନିଟ ଏକ ସେକେଣ୍ଡ । ସମ୍ପୁର୍ଣ୍ଣ ଅବଧି ୨ ଘଣ୍ଟା ୩୬ ମିନିଟ ରହିବ । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି । ତେବେ ଏହି ଚନ୍ଦ୍ରଗ୍ରହଣ କିଛି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେବ । ଜ୍ୟୋତିଷ୍ୟଶାସ୍ତ୍ର ମୁତାବକ ଏହି ଚନ୍ଦ୍ରଗ୍ରହଣ କିଛି ରାଶି ପାଇଁ ଶୁଭ ଅଟେ । ସେହି ରାଶିଗୁଡିକ ହେଉଛି ମିଥୁନ, ସିଂହ, ମକର ଏବଂ କୁମ୍ଭ । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଶୁଭଫଳ ଦେବ ଚନ୍ଦ୍ରଗ୍ରହଣ ।
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି କମ୍ପାନୀ ମାଲିକ । କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ । ଏହା ସହ ଶ୍ରମ ନିୟମକୁ ଖାତିର ନ କରି ନାବାଳିକାଙ୍କୁ କାମରେ ନିୟଜିକ କରାଯାଉଥିବା ହୋଇଛି ଅଭିଯୋଗ । ଗୁରୁବାର ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଅଘଟଣ ଘଟି ୧୭ ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।
କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ନାବାଳିକା ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲେଶ୍ଵର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କ ସହ ଆଲୋଚନା କରିଥିଲେ । ନାବାଳିକାଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରତାପ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୋହତ୍ୟାକୁ ମନା କରିବାରୁ RSS, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀ ଙ୍କୁ ନିସ୍ତୁକ ମାଡ ମରାଯାଇଥିଲା । ଏପରିକି ସେମାନଙ୍କୁ ଅପହରଣ କରି ଘରେ ପୁରାଇ ଛୁରୀ ଓ ଖଣ୍ଡା ସାହାଯ୍ୟରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ଗୋହତ୍ୟା ଚାଲିଥିବା ଖବର ପାଇ ପୋଲିସ ସହ ଆରଏସଏସ ଓ ବଜରଂଗ ଦଳର କର୍ମୀମାନେ ପହଞ୍ଚିଥିଲେ ।
କିନ୍ତୁ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥବା କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ । ଓଡିଶାରେ ଗୋ ହତ୍ୟା ଉପରେ ନିଷେଧାଦେଶ ଲାଗୁ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ବେଧଡକ ଗୋ ହତ୍ୟା କରଥିବା ଅଭିଯୋଗ ହୋଇଛି । କାକଟପୁର ସମେଶ୍ବର ମନ୍ଦିର ନିକଟରେ ଥିବା ଏକ ବସ୍ତିର କିଛି ଲୋକ ଗୋ ହତ୍ୟା ପରେ ସେମାନଙ୍କ ମୁଣ୍ଡ, ହାଡ ଓ ଚମଡାକୁ ଖୋଲା ପଡିଆରେ ଫିଙ୍ଗି ଦେଇଥାନ୍ତି । ସେହି ଗୋରୁ ହାଡ ଓ ଚମଡାକୁ କୁକୁରମାନେ ସମେଶ୍ବର ମନ୍ଦିର ପ୍ରାଙ୍ଗଣରେ ପକାଇଥାନ୍ତି । ଏହାକୁ ବିରୋଧ କରି ଆରଏସଏସ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବିନା ଅନୁମତିରେ ଗୋ ହତ୍ୟା ଧର୍ତ୍ତବ୍ୟ ଅପରାଧ । କିନ୍ତୁ ଏ ନେଇ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ । ଓଡିଶା ଗୋ ହତ୍ୟା ନିଷେଧାଦେଶ ଆଇନ୍, 1960 ଅନୁଯାୟୀ ରାଜ୍ୟରେ ଗୋ ହତ୍ୟା ଉପରେ ଜାରି ହୋଇଛି କଟକଣା । ଏହାର ଉଲ୍ଲଂଘନ ହେଲେ ଦୁଇ ବର୍ଷ ଜେଲ ଦଣ୍ଡ କିମ୍ବା ଏକ ହଜାର ଟଙ୍କା ଫାଇନ୍ କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ । ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ । ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରୀ । ଗତ ବୁଧବାର ଦିନ ଶିମିଳିପାଳ ରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପସି ଆସିଥିଲା ।
ବନବିଭାଗ ପକ୍ଷରୁ ଧରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ବିଫଳ ହୋଇଥିଲା ବିଭାଗ। ତେବେ ଆଜି ସମାନ ଧରଣର ବାଘଟି ବାରିପଦା ସହରରେ ଦେଖା ଦେଇଥିବା ବେଳେ ଏହା ସେହି ବାଘ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାଘକୁ ଦେଖିବା ପରେ ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶିଘ୍ର ବାଘକୁ ଠାବ କରି ଧରିନେବା ପାଇଁ ବନବିଭାଗ କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: