କିଛି ଦିନ ତଳେ ଜାତୀୟ ଗଣମାଧ୍ୟମର ଏକ ସର୍ଭେ ରିପୋର୍ଟ ଉପରେ ନଜର ପକାନ୍ତୁ । ଯେଉଁଥିରେ ଦର୍ଶାଯାଇଛି ରାଜଧାନୀ ଭୁବନେଶ୍ବର ଏବେ ସାଇବର ଠକଙ୍କ ପାଇଁ ପାଲଟିଛି ସେଫ ଜୋନ । କେବଳ ଭୁବନେଶ୍ବର ନୁହେଁ ଗୁଡଗାଓଁ , ମିରଟ, ଭରତପୁର ,ମଥୁରା ଓ ଆସାନସୋଲରୁ ହେଉଛି ଏଟିଏମ ଓ ବ୍ୟାଙ୍ଗ ଆକାଉଂଟ ହ୍ୟାକ। ଭୁବନେଶ୍ବରରୁ ଯୁବକଙ୍କୁ ଟ୍ରାକ କରିବା ସହ ସାଇବର ଅପରାଧ ବିଷୟରେ ଟ୍ରେନିଂ ଦେଉଛି ଜମତାରା ଗ୍ୟାଙ୍ଗ। ସେପଟେ କେବଳ ଚଳିତ ବର୍ଷ ଟ୍ଵିନ ସିଟିରେ 100 ରୁ ଅଧିକ ସାଇବର ଠକେଇ ହେଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର। ବିଶେଷ କରି ବୟସ୍କ ବ୍ୟକ୍ତି ଏଥି ପ୍ରତି ଅଧିକ ସଚେତନ ହେବା ସହ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର।
ସାରା ଦେଶ ରେ ହେଉଥିବା ଠକେଇ ର 80 ପ୍ରତିଶତ ଜମତାରରୁ ହେଉଛି । 2019 ରେ ଦେଶ ରେ 63 ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଥିବା ବେଳେ 2020 ରେ କେବଳ ଓଡିଶାରେ 76 ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଛି । ତେବେ ମାମଲା ଦାୟର ହେଉଥିଲେ ମଧ୍ୟ ଟେକ୍ନୋଲୋଜି ଓ ଆନ୍ତରିକତାର ଅଭାବ ରୁ ଅପରାଧୀ ଙ୍କ ପାଖରେ ପୋଲିସ ପହଞ୍ଚି ପାରୁନାହିଁ।