କୁହାଯାଏ, ବିମଳେଶ୍ଵର ଉଭା ଲିଙ୍ଗ। ଜଣେ ଗୋପାଳ ବାଳକ ଗାଇ ଚରାଉଥିବା ବେଳେ ଦେଖିଲେ ଯେ, ଗୋଇଟିଏ ଗାଇ ଠାରୁ ଆପେ ଆପେ ଝରି ପଡ଼ିଛି। ଏହାପରେ ଉକ୍ତ ବାଳକ ଜଣକ ଆସି ଦେଖାନ୍ତି ତ ସେଠାରେ ମହାଦେବଙ୍କର ଲିଙ୍ଗ ଉଭା ହୋଇଛନ୍ତି। ଫଳରେ ସମ୍ବଲପୁର ରାଜା ବଳିଆର ସିଂ ଏଠାରେ ମନ୍ଦିର ନିର୍ମାଣ କରାଇଥିଲେ। ପୀଠରେ ସବୁ ସମୟରେ ପ୍ରାୟ ଭକ୍ତଙ୍କ ସମାଙ୍ଗମ ଲାଗି ରହିଥାଏ। କିମ୍ବଦନ୍ତୀ କୁହେ ଏହା ବିଶ୍ଵକର୍ମାଙ୍କ ତ୍ରୁଟି। କେହି କେହି କୁହନ୍ତି ଏହା ଆରମ୍ଭରୁ ବକ୍ର। ସେହିପରି କେହି କୁହନ୍ତି ଯେ, ମନ୍ଦିର ତଳୁ ମାଟି ଖସିଯିବାରୁ ମନ୍ଦିରଟି ବକ୍ର ଭାବେ ନଇଁ ପଡ଼ିଛି।
ପୀଠର ପଶ୍ଚିମ ଦ୍ଵାରରୁ ବାହାରିଲେ ଦେଖାଯାଏ ଅପରୂପ ମହାନଦୀର ଦୃଶ୍ୟ। ଠାଏ ଠାଏ ପଥର କୁଦ ଓ ଠାଏ ଠାଏ ଜଳରାଶି। ମହାନଦୀକୁ ଲମ୍ବି ଯାଇଛି ପାହାଚ। ଏହାକୁ ମଛେନ୍ଦ୍ର ଘାଟ କୁହାଯାଏ। ଏଠାରେ ମାଛମାନଙ୍କୁ ଲଡୁ ଖାଇବାକୁ ଦିଆଯାଏ। ମଛେନ୍ଦ୍ର ଘାଟରୁ ଡଙ୍ଗରେ ଗଲେ ପଡେ ଶ୍ୟାମାକାଳୀ ପୀଠ। ଏଠାରେ ଜଣେ ମହିଳା ମାଛ କାଟୁଥିବା ପଥର ମୂର୍ତ୍ତି ରହିଛି। କୁହାଯାଏ ଏଠାରେ ଜଣେ ମହିଳା ମାଛ କାଟୁଥିବା ବେଳେ ପଥର ପାଲଟିଥିଲେ। ପୌରାଣିକ କାହାଣୀକୁ ଜାବୁଡି ଧରିଛି ଏହି ପୀଠ।