ଗଜପତି ଜିଲ୍ଲା ନୁଆଗଡ ଅନ୍ତର୍ଗତ ମେରମେଣ୍ଡା ଗ୍ରାମ। ଗ୍ରାମକୁ ନା ଭଲ ରାସ୍ତା ଅଛି ନା କୌଣସି ସରକାରୀ ମୌଳିକ ସୁବିଧା ପହଞ୍ଚି ପାରିଛି ଏହି ଗ୍ରାମରେ। ଆମେ ଏହି ପାହାଡିଆ ଅଙ୍କା ବଙ୍କା ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚି ଥିଲୁ ଏହି ଗ୍ରାମରେ ।
ଆଜି ମଧ୍ୟ ଏଠାରେ ବିଦ୍ୟୁତ ସେବା ସାତ ସପନ। ଏହି ଗ୍ରାମର କିଛି ଘରେ ଗତ ୪ ମାସ ତଳେ ବିଦ୍ୟୁତ୍ ସଂଯୋଗୀକରଣ କରାଯିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଥିଲା। ଗ୍ରାମବାସୀମାନେ ଶୁଣିବା ପରେ ନିଜ ନିଜ ଘରର ମିଟର ଲଗାଇଲେ ଏବଂ ୱାରିଙ୍ଗ ମଧ୍ୟ କରାଇଲେ ।
କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ଆଜି ସୁଦ୍ଧା ବିଦ୍ୟୁତ୍ ସେବା ପାଇ ପାରି ନାହାନ୍ତି ଏଠାକାର ବାସିନ୍ଦା । ଆଉ ବିଡମ୍ବନାର ବିଷୟ ସକାଳେ ସୂର୍ଯ୍ୟ ଆଲୋକରେ ଆଉ ସନ୍ଧ୍ୟାରେ ଡିବରି ଆଲୁଅରେ ଆଲୋକିତ ହେଉଛି ଏହି ଗ୍ରାମ ।
ସେପଟେ କେବଳ ନିର୍ବାଚନ ସମୟରେ ନେତା ମାନେ ପୁଳା ପୁଳା ପ୍ରତିଶ୍ରୁତି ଦେଇ ଚାଲିଯାଉଥିବା ବେଳେ, ସରକାରୀ ବାବୁଙ୍କ ପାଦ ପଡିନାହିଁ ଏହି ଗ୍ରାମରେ । ଆଉ ବିଦ୍ୟୁତ୍ ସଂଯୋଗୀକରଣ ହୋଇ ନଥିବାରୁ ପିଲା ମାନଙ୍କ ପାଠପଢାରେ ମଧ୍ୟ ବାଧା ସୃଷ୍ଟି କରୁଛି। ଆଉ ଏମିତିରେ ସବୁବେଳେ ସୂର୍ଯ୍ୟାସ୍ତ ବେଳେ ବନ୍ୟ ଯନ୍ତୁଙ୍କ ଭୟରେ କଟୁଛି ଏମାନଙ୍କ ଜୀବନ ।
ତେବେ ଦେଖିବାକୁ ବାକି ରହିଲା ଏହି ଅନ୍ଧାରି ଗ୍ରାମର ଭବିଷ୍ୟତ କେବେ ପରିବର୍ତ୍ତନ ହେଉଛି ଏବଂ ଗାଁକୁ ବିଦ୍ୟୁତ ସଂଯୋଗୀକରଣ କେବେ ହେଉଛି?