ଫସଲ ଅମଳ ହେଲେ ନିଜ ଇଷ୍ଟ ଦେବୀ ଦେବତାଙ୍କୁ ପ୍ରଥମ ଅମଳ ଶସ୍ୟ ଭୋଗ ଦେଇ ନୂଆ ଖାଇଥାନ୍ତି ଏହି ଆଦିବାସୀ । ଯାହା ନୂଆଖିଆ ନାମରେ ବେଶ ପରିଚିତ । ଏବେ ଶସ୍ୟ ଅମଳ ହେବାକୁ ଆଉ କିଛି ଦିନ ବାକି ରହିଲା। ଶସ୍ୟ ଗଛ ସବୁ ଫୁଲରେ ପରିପୂର୍ଣ୍ଣ ହୋଇ ଉଠିଲାଣି। ଏହାପରେ ଫଳ ଧରିବ ଆଉ ଆଦିବାସୀ ଭାଇ ଭଉଣୀମାନେ ଏହାକୁ ନେଇ ନିଜ ଇଷ୍ଟ ଦେବୀଙ୍କ ନିକଟରେ ନୂଆ ଭୋଗ ଚଢାଇବେ। ଶସ୍ୟ ଗଛ ସବୁ ଏବେ ଫୁଲ ଫଳ ଧରିବା କାରଣରୁ ନୂଆଖିଆର ପୂର୍ବ ପ୍ରସ୍ତୁତି କରୁଛନ୍ତି ଆଦିବାସୀ ଭାଇ ଭଉଣୀମାନେ। ଖାସ ସେଇଥିପାଇଁ ତ ନିଜର ପରମ୍ପରାକୁ ଜାବୁଡି ରଖିଥିବା ଆଦିବାସୀମାନେ ପାରମ୍ପରିକ ବାଦ୍ୟ ଢାମ୍ପ, ତୁଡୁମ, ଚାଙ୍ଗୁ ପ୍ରଭୃତି ବଜେଇ ବଜେଇ ରାତିରେ ଗାଁ ଦାଣ୍ଡରେ ନୃତ୍ୟଗୀତର ଆସର ଜମେଇଥିବା ଦେଖିବାକୁ ମିଳିଛି । ପିଲାଠୁ ବଡ଼ ଯାଏଁ ସମସ୍ତେ ଏକାକାର ହୋଇ ବେଶ ଉପଭୋଗ କରୁଛନ୍ତି ଏହି ଆସରକୁ।
କ୍ଷେତରେ ଖିଲିଖିଲି ହସୁଛି କାନ୍ଦୁଲ ଫୁଲ, ନୃତ୍ୟଗୀତରେ ମସଗୁଲ ଆଦିବାସୀ

ରାୟଗଡା : କ୍ଷେତରେ ଖିଲିଖିଲି ହୋଇ ହସୁଛି କାନ୍ଦୁଲ ଫୁଲ । ଏହାକୁ ଦେଖି ଆନନ୍ଦିତ ହୋଇ ଉଠୁଛି ଆଦିବାସୀ ମନ। ହଳଦୀ ଓ ନାଲି ରଙ୍ଗ ଫୁଲର ସମ୍ଭାର ଆଦିବାସୀ ମନରେ ଆଣି ଦେଇଛି ଆନନ୍ଦ। ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଏହି ହଳଦୀ ଓ ନାଲି ରଙ୍ଗ ଫୁଲର ସମ୍ଭାର ମନ ମୋହୁଛି। କେବଳ କାନ୍ଦୁଲ ନୁହେଁ, ଶିମ୍ବ, ମୁଗ, ବିରି ଭଳି ଅନେକ ଶସ୍ଯ ଜାତୀୟ ଫସଲ ଏବେ ନୂଆ ଅମଳ ପାଇଁ ପ୍ରସ୍ତୁତ ହେଉଛି । ଫଳରେ ପରିଶ୍ରମର ଫଳ ଦେଖି ଖୁସିରେ ମସଗୁଲ ହୋଇ ଯାଉଛି ଆଦିବାସୀ ମନ।
Download Argus News App
