ଘର
ପାଣିପାଗ
ଅପରାହ୍ନ ସାଢେ ୨.୩୦ ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧.୮ ଡିଗ୍ରୀ
ଅପରାହ୍ନ ସାଢେ ୨.୩୦ ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧.୮ ଡିଗ୍ରୀ
by Jitendra Dash
ଅର୍ଗସ ବ୍ୟୁରୋ : ବଢୁଛି ତାତି, ଅସହ୍ୟ ଗରମରେ ସନ୍ତୁଳି ହୋଉଛନ୍ତି ରାଜ୍ୟବାସୀ । ଆଜି ଭୁବନେଶ୍ୱର ସବୁଠୁ ଉତପ୍ତ ସହର ହୋଇଛି । ଅପରାହ୍ନ ସାଢେ ୨.୩୦ ଟା ସୁଦ୍ଧା ତାପମାତ୍ରା ୪୧,୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲି ୪୦.୪ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱର ୪୦.୩ ଡିଗ୍ରୀ ରହିଛି । ଝାରସୁଗୁଡା ୩୯.୫ ଡିଗ୍ରୀ ରହିଥିବା ବେଳେ ପାରାଦୀପ ୩୮.୮ ଡିଗ୍ରୀ ରହିଛି । ରାଉରକେଲା ୩୭.୯ ଡିଗ୍ରୀ , କେନ୍ଦୁଝର ୩୭,୮ ଡିଗ୍ରୀ ।
ଅଧିକ ପଢନ୍ତୁ ପାଣିପାଗ ଖବର
ତେବେ ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀର ପ୍ରଭାବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିପାରେ ଆଶ୍ୱସ୍ତି । ୨୫ ତାରିଖ ଯାଏ କାଳବୈଶାଖୀ ପାଇଁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଆକଳନ କରାଯାଉଛି।