ସକାଳ ୮ଟାରୁ ପଦାକୁ ବାହାରି ହେଉନଥିବାବେଳେ ପଂଖା କୁଲର ମଧ୍ୟ କିଛି କାମ ଦେଉନାହିଁ । ପ୍ରବଳ ଖରରେ ଗାଁ ଗାଁରେ ଜଳକଷ୍ଟ ଭୋଗୁଛନ୍ତି ଲୋକେ । ପରିବେଶବିତଙ୍କ ମତରେ ଜିଲ୍ଲାରେ ପ୍ରବାହିତ ମହାନଦୀ ଯୋଗୁଁ ତାପମାତ୍ର ବୃଦ୍ଧି ପାଉଛି । ଜିଲ୍ଲାର ଉତ୍ତର ଦିଗରେ ପଶ୍ଚିମରୁ ପୂର୍ବକୁ ୧୧୦ କିଲୋମିଟର ମହାନଦୀ ଲମ୍ବି ରହିଛି । ମହାନଦୀର ବାଲୁକାଶଯ୍ୟା ଓ ପଥର ଅଧିକ ମାତ୍ରାରେ ତାପ ସୃଷ୍ଟି କରି ବାୟୁ ମଣ୍ଡଳର ଉଷ୍ଣତା ବୃଦ୍ଧି କରୁଛି ।
ଅଧିକ ପଢନ୍ତୁ : ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା
ଏହା ସହିତ ଜଙ୍ଗଲରେ ଅବାଧ ଗଛକଟା ଯୋଗୁଁ ଉତ୍ତାପ ସୃଷ୍ଟି ହୋଇଛି । ପୂର୍ବରୁ ମହାନଦୀରେ ବର୍ଷସାରା ପାଣି ଭରପୁର ରହୁ ଥିବାରୁ ବାଲି ଓ ପଥର ନଦୀର ଜଳ ଶଯ୍ୟାରେ ବୁଡି ରହୁଥିଲା ଫଳରେ ତାପ ମାତ୍ର ହ୍ରାସ ପାଉଥିଲା । ମହାନଦୀରେ ଜଳସ୍ତର ହ୍ରାସ ପାଇବାରୁ ହଜାର ହଜାର ହେକ୍ଟର ବାଲୁକା ଶଯ୍ୟା ସୃଷ୍ଟି ସହିତ ପଥର ଗୁଡିକ ପ୍ରାୟ ୬ମାସ ଧରି ସୂର୍ଯ୍ୟ ଉତ୍ତାପରେ ଉତ୍ତପ୍ତ ହୋଇ ତାପମାତ୍ରା ବୃଦ୍ଧି କରୁଛି । ଯଦି ଆଗାମୀ ଦିନରେ ନୂତନ ଜଙ୍ଗଲ ସୃଷ୍ଟି ସହିତ ମାନବ ସମାଜ ସଚେତନ ନ ହୁଏ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ସହିତ ଯିବ ଜଗତ ଓ ପରିବେଶ ଉପରେ ଗ୍ରୀଷ୍ମ ପ୍ରଭାବ ଅଧିକ ପଡିବ ଏକଥାକୁ ଏଡାଇ ଦିଆଯାଇ ନପାରେ ।