ଏହା ପ୍ରଭାବରେ ୨୪ରେ ଦକ୍ଷିଣ ଓଡ଼ିଶା ଏବଂ ୨୫ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଖରା ଗରମ ଅନୁଭୂତ ହେବ । ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ ।
ଅଧିକ ପଢନ୍ତୁ ପାଣିପାଗ ଖବର
ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ରୁ ତିନି ଦିନ ଯାଏଁ କାଳବୈଶାଖୀର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି । ଅସହ୍ୟ ତାତି ମଧ୍ୟରେ ରାଜ୍ୟ ବାସୀଙ୍କୁ ମିଳିପାରେ ଆଶ୍ବସ୍ତି । ପ୍ରାକ୍ ମୌସୁମୀ ବର୍ଷା ହିଟ୍ ଓ୍ଵେଭ୍ରେ ଲଗାଇପାରେ ବ୍ରେକ । ତେବେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାତି ସମାନ ରହିବା ଆଶଙ୍କା ।