ପ୍ରଜାଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ନୟାଗଡ଼ ନୂଆଗାଁ ବ୍ଲକର ଥୁଆବାରୀ ଗାଁ । ଗାଁରୁ ଶୁଭିଥିଲା ଉପନିବେଶବାଦୀ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଓ ବହିଷ୍କାରର ନାରା। ଆନ୍ଦୋଳନରେ ଏଠାରୁ ୪ଜଣ ଶହୀଦ ହୋଇଥିବା ବେଳେ ଏଯାଏଁ ନିଖୋଜ ଅଛନ୍ତି ଗାଁର ଜଣେ ବାସିନ୍ଦା। ମହାତ୍ମା ଗାନ୍ଧୀଙ୍କ ଦେଶମୁକ୍ତି ବାଣୀରେ ଉଦବୁଦ୍ଧ ଥୁଆବାରି ଗାଁର ଆବାଳବୃଦ୍ଧ ବନିତା ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଗାଁ ପାଇଁ ଆଣିଥିଲେ ଗର୍ବ ।
#GoodNews #martyr #Nayagarh #british #SwadhinataSangrami #freedomfighter #freedomstruggle