ଅର୍ଗସ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କ୍ରମାଗତ 13 ବର୍ଷ ପାଇଁ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ମୁକେଶ ଅମ୍ବାନୀଙ୍କର 88.7 ବିଲିୟନ ଡଲାର ସମ୍ପତ୍ତି ଅଛି। ନିକଟରେ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ରିଲାଏନ୍ସ ଗ୍ରୁପ୍ ର ଜିଓ ପ୍ଲାଟଫର୍ମ ଏବଂ ରିଲାଏନ୍ସ ରିଟେଲରେ ବିନିଯୋଗ କରିଥିଲେ, ଯାହା ସେମାନଙ୍କର ସମ୍ପତ୍ତି ବୃଦ୍ଧି କରିଛି । ତେବେ ଶ୍ରେଷ୍ଠ 100 ଧନୀଙ୍କ ମଧ୍ୟରେ କେବଳ ତିନିଜଣ ମହିଳା ଅଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ଲୋକମାନେ କରୋନା ଦାଉରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଅନେକ ବ୍ୟକ୍ତି ଅଛନ୍ତି ଯାହାର ସମ୍ପତ୍ତି ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ ସେମାନଙ୍କ ନାମ ଫୋର୍ବସ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଶ୍ରେଷ୍ଠ 100 ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି 14 ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥାତ୍ 2019 ରୁ ଏପର୍ଯ୍ୟନ୍ତ ସୁଦ୍ଧା 517.5 ବିଲିୟନ ଡ଼ଲାର୍ ବୃଦ୍ଧି ହୋଇଛି।