କରୋନା ପାଇଁ ଅନେକଙ୍କ ଜୀବନ ନେଇଗଲାଣି। ବର୍ତ୍ତମାନ ସମୟ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା। କବାଟ ହ୍ୟାଣ୍ଡେଲ, ସ୍ବିଚ୍, ଟେବୁଲ, ଚେୟାର ଆଦି ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରହିଥିବା ସେ କହିଛନ୍ତି। ତେଣୁ ଏସବୁକୁ ସବୁଦିନ ସାନିଟାଇଜ୍ କରିବା ଆବଶ୍ୟକ। ସେହିପରି ଡବଲ ମାସ୍କ୍ ପିନ୍ଧିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
କରୋନା ଭୂତାଣୁ ବାୟୁ ମାଧ୍ୟମରେ ବିସ୍ତାର ହୋଇପାରେ। ବର୍ତ୍ତମାନ ସରକାର ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଛନ୍ତି। ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟ ଅନୁଯାୟୀ, କରୋନା ଜୀବାଣୁ ବିସ୍ତାର ହେବାର ମୁଖ୍ୟ କାରଣ ହେଉଛି ଏରୋସୋଲ ଏବଂ ବୁନ୍ଦା। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଡ୍ରପଲେଟ୍ ବାୟୁରେ ଦୁଇ ମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ, ଯେତେବେଳେ ଏରୋସୋଲ୍ ସେହି ବୁନ୍ଦାଗୁଡ଼ିକୁ ୧୦ ମିଟର ପର୍ୟ୍ୟନ୍ତ ଘୁଞ୍ଚାଇପାରେ ଏବଂ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି କରିପାରେ । କୌଣସି ଲକ୍ଷଣ ନଥିବା ସଂକ୍ରମିତ ବ୍ୟକ୍ତି ମଧ୍ୟ ଏକ 'ଭାଇରାଲ୍ ଲୋଡ୍' ସୃଷ୍ଟି କରିବାକୁ ଯଥେଷ୍ଟ ବୁନ୍ଦା ଛାଡିପାରନ୍ତି ଯାହାକି ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ । ଏହାର ଅର୍ଥ ହେଉଛି ବର୍ତ୍ତମାନ ୧୦ ମିଟର ଦୂରତା ମଧ୍ୟ କରୋନାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ ॥