କଟକ: ଧଳା ବଦର୍ସଙ୍କ ସିଡିଏ ବାସଭବନ ପାଲଟିଛି ଗୁଳି ବାରୁଦର ଭଣ୍ଡାର ଘର। ଯେତେ ଖୋଳତାଡ ହେଉଛି ସେତେ ଗୁଳି ଓ ବନ୍ଧୁକ ମିଳୁଛି । ଆଲିସାନ କୋଠା ଭିତରେ ଏଭଳି ସିର୍କେଟ ଚାମ୍ବରର ଗୁମର ଖୋଲିଛି କମିଶନରେଟ ପୋଲିସ। ସୁରାକ ପାଇ ଛାନଭିନ କରିବାରୁ ସିକ୍ରେଟ ଚାମ୍ବର ଗୁମର ଖୋଲିଛି । ଚାମ୍ୱରରୁ ଗୁଳି, ବନ୍ଧୁକ ଓ ମ୍ୟାଗାଜିନ ପ୍ରଚୁର ପରିମାଣରେ ମିଳିଛି । ୧୦ କି ୨୦ କି ଶହେ ନୁହେଁ ୧୦୫୫ ରାଉଣ୍ଡ ଅଫୁଟା ଗୁଳି ଚାମ୍ବର ମଧ୍ୟରୁ ବାହାରିଥିଲା । ଏହାସହ ୬ରୁ ୭ ପ୍ରକାରର ଗୁଳି ମଧ୍ୟ ଉଦ୍ଧାର ହୋଇଥିଲା । ୭ଟି ସୋଫେସଟିକ୍ ବନ୍ଧୁକ, ମ୍ୟାଗାଜିନ ମଧ୍ୟ ଜବତ କରିଥିଲା ପୋଲିସ। ଏ ଭଳି ବଡ ରକମର ବନ୍ଧୁକ ଗୁଳି ମିଲିବା ପ୍ରଥମ ଘଟଣା ନୁହେଁ । ୨୦୧୬ ମସିହାରେ ଧଳବଦର୍ସ ଗିରଫ ହେବା ପରେ କୋଟି କୋଟି ଟଙ୍କା ସହିତ ବିପୁଳ ପରିମାଣରେ ଗୁଳି ବନ୍ଧୁକ ମଧ୍ୟଜବତ ହୋଇଥିଲା । ଅପରପଟେ ଧଳ ସାମନ୍ତ ବଦର୍ସଙ୍କ ଗିରଫର ୫ ବର୍ଷ ପୁରିବାକୁ ବସିଲାଣି। ଏଭିଡେନ୍ସ ସହିତ ତଦନ୍ତର କ୍ୱାଲେଟେଟିଭ ରିଜଲ୍ଟ ମିଲିଲେ ହିଁ ପୋଲିସକୁ ସଫଳତା ମିଳିବ । ଏପିରିକି ବମ୍ୱେ ଓ ବିହାର ଭଳି ରାଜ୍ୟରେ ଅନେକ ଗ୍ୟାଙ୍ଗଷ୍ଟାର ଘର ଧୂଳିସାତ କରିବାର ନଜିର ରହିଥିବା ବେଳେ ଯଦି ପୋଲିସ କୋର୍ଟଙ୍କ ଅନୁମତି ନିଏ ତେବେ ସିକ୍ରେଟ ଚାମ୍ବରକୁ ଠାବ କରିବା ପାଇଁ ଘରର କିଛି ଅଶଂ ଧୂଳିସାତ କରିପାରିବ ବୋଲି କ୍ରିମାନାଲ ଆଡଭୋକେଟ କହିଛନ୍ତି।
ଗତ ଏକ ବର୍ଷ ମଧ୍ୟରେ କଟକରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଗିରଫ ସମୟରେ ବନ୍ଧୁକ ଓ ଗୁଳି ଜବତ ହୋଇଛି । ସେ ଛୋଟ ପରିମାଣର ହେଉ କି ବଡ ପରିମାଣର । ମାତ୍ର ଏହି ସମସ୍ତ ଗୁଳି ବାରୁଦର ଲିଙ୍କ ରହିଛି ବିହାର ମୁଙ୍ଗେର ଅଞ୍ଚଳ ସହିତ । ମୁଙ୍ଗରରେ ଥିବା ବେଆଇନ ବନ୍ଧୁକ କାରଖାନା ଓଡିଶାର କିଛି ଲୋକଙ୍କ ସହିତ ବରାବର ଲିଙ୍କ ରହୁଛନ୍ତି । ଧଳ ସାମନ୍ତର ସିକ୍ରେଟ ଚାମ୍ବରର ଗୁଳି ଓ ବନ୍ଧୁକ ଭଣ୍ଡାରର ବି ଲିଙ୍କ ରହିଛି ମୁଙ୍ଗେର ସହିତ । ତେଣୁ ଏବେ କମିଶନରେଟ ପୋଲିସ ବିହାର ପୋଲିସ ସହିତ ଯୋଗୋଯୋଗ କରି ସେହି ସପ୍ଲାୟରକୁ ଠାବ କରିବାକୁ ପଡିବ ବୋଲି ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି। ଅପରପଟେ କଟକ ଭଳି ସହର ତା ପୁଣି ସିଡିଏ ଭଳି ଅଞ୍ଚଳରେ ଯଦି ହଜାର ହଜାର ସଂଖ୍ୟାରେ ଗୁଳି ଓ ବନ୍ଧୁକ ଆସୁଛି ଓ ଦୀର୍ଘ ବର୍ଷ ପରେ ପୋଲିସ ଟେର ପାଉଛି ତେବେ କମିଶନରେଟ ପୋଲିସର ଗୁଇନ୍ଧା ବିଭାଗ କରୁଥିଲା କଣ ତାହାକୁ ନେଇ ବୁଦ୍ଧିଜିବୀ ପ୍ରଶ୍ନ ଉଠାଇଛନ୍ତି ।
ଧଳା ସାମନ୍ତଙ୍କ ଏହି ଆଲିସାନ କୋଠାକୁ ନେଇ ୨୦୧୬ ମସିହାରେ ଯେତିକି ଚର୍ଚ୍ଚାରେ ରହିଥିଲା । ଆଜି ପୁଣି ସିକ୍ରେଟ ଚାମ୍ୱରରେ ଗୁଳି ବନ୍ଧୁକ ମିଲିବା ପରେ ଚର୍ଚ୍ଚାକୁ ଆସିଛି । ତେବେ ପୋଲିସର ଧଳ ସାମନ୍ତ ବଦର୍ସଙ୍କୁ ରିମାଣ୍ଡରେ ଆଣି ଖୋଲତାଡ କରିବା ପାଇଁ କମିଶନରେଟ ପୋଲିସ ଅଣ୍ଟା ଭିଡିଛି ।