ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି !
ଏସଟିଏଫର ଚଢାଉରେ ବଜ୍ରକାପ୍ତା ଉଦ୍ଧାର, 2 ଗିରଫ

ସୋନପୁର : ସୋନପୁରରେ ବଜ୍ରକାପ୍ତା ଚୋରାଚାଲାଣ ଡିଲ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କଲା ଏସଟିଏଫ୍ ଟିମ । ଗୋଟିଏ ବଜ୍ରକାପ୍ତା ଓ କାତି ଜବତ କରିଛି ଏସଟିଏଫ୍। ଏହି ଘଟଣାରେ କ୍ରାଇମବ୍ରାଞ୍ଚ 2ଜଣଙ୍କୁ ଗିରଫ କରିଛି । ସୋନପୁରର ରାଜକୋଠି ଅଞ୍ଚଳରେ ଚଢାଉ କରି ଅଧିକାରୀମାନେ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଉଲୁଣ୍ଡା ଅଞ୍ଚଳର 2ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ । ଉଦ୍ଧାର ପାଙ୍ଗୋଲିନର ଓଜନ 5କେଜିରୁ ଅଧିକ ଥିବା ସୂଚନା ମିଳିଛି । ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ସୋନପୁର ବନବିଭାଗକୁ ହସ୍ତାନ୍ତର କରାଯାଇଛି ।
Download Argus News App
