
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପଢୁଆଁ ହେବେ ଶ୍ରୀଜିଉ । ଶ୍ରୀଜିଉଙ୍କ ମାମୁଁଘର ନିଆଳି ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଯାଉଛି ପ୍ରଥମାଷ୍ଟମୀ ଭାର । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ଯାଉଛି ମାମୁଁଘରୁ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ ପରମ୍ପରା ଥିବାବେଳେ ଗତ କିଛି ବର୍ଷ ହେବ ଏହି ପରମ୍ପରା ବନ୍ଦ ଥିଲା । ଗତ ବର୍ଷଠାରୁ ଏହି ପରମ୍ପରାର ପୁନଃ ପ୍ରଚଳନ ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ଅଭିମୁଖେ ଯିବ ଭାର ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ।
