ଘରକରଣାଠାରୁ ଆରମ୍ଭ କରି ଦେଶ ଚଲାଇବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ସେ ନିଜର ଦକ୍ଷତାକୁ ପ୍ରମାଣିତ କରିଛି । ବର୍ତ୍ତମାନ ସମୟରେ ନାରୀ ଆଗକୁ ବଢୁଛି । ଦେଶ ଦୁନିଆର ପ୍ରତିଟି କ୍ଷେତ୍ରରେ ନିଜ ଦକ୍ଷତା ବଳରେ ବଳିଷ୍ଠ ଦାୟିତ୍ୱ ତୁଳାଉଛି । ନାରୀ ପରିବର୍ତ୍ତନର ନୂଆ ନୂଆ କାହାଣୀର ରଚୟତା । ନାରୀଙ୍କ ସଫଳତାର କଥା କେବେ ଏହି କିଛି ଧାଡିରେ ଶେଷ କରିବା ସମ୍ଭବ ନୁହେଁ । ତେବେ ପଢନ୍ତୁ ସାମ୍ବାଦିକା ଜୁଲିଆ ବୋରଷ୍ଟିନଙ୍କ ପୁସ୍ତକ ହୋଏନ ଉମ୍ୟାନ ଲିଡ । ଏହି ବହିରେ ଲେଖକ ବର୍ତ୍ତମାନ ଯୁଗରେ ମହିଳାମାନେ କଣ ସବୁ ସଫଳତା ହାସଲ କରିଛନ୍ତି । ଏବଂ ଏହି ସଫଳତାର ଯାତ୍ରା କିପରି ଥିଲା । ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମହିଳାମାନେ କିପରି ସଫଳତାର ଶୀର୍ଷରେ ପହଂଚିଛନ୍ତି । ଏହା ସହ ମହିଳାମାନଙ୍କ କ୍ଷେତ୍ରରେ ଆଗକୁ କଣ ସମ୍ଭାବନା ରହିଛି ।
ସର୍ବପରି ବର୍ତ୍ତମାନ ଯୁଗରେ ନାରୀମାନେ କିପରି ଆଗାମୀ ଦିନ ପାଇଁ ନୂତନ ପ୍ରେରଣାର ବାର୍ତ୍ତାବହ । ଏହି ସମସ୍ତ ବିଷୟରେ ଖୁବ୍ ସୁନ୍ଦର ଓ ସହଜ ଭାବରେ ବର୍ଣ୍ଣନା କରିଛନ୍ତି । କିପରି ନାରୀମାନେ ଵ୍ୟବସାୟ କ୍ଷେତ୍ର ଠାରୁ ଆରମ୍ଭ କରି ମାହାକାଶ ଗବେଷଣା କ୍ଷେତ୍ରରେ ନେତୃତ୍ବ ନେବାରେ ସଫଳ ହୋଇଛି ।