ଦିନକୁ ଦିନ କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତେ ନିଜ ବ୍ୟସ୍ତ ଜୀବନକୁ ଶୃଙ୍ଖଳିତ କରିବା ସହ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ନିଜ ଅନୁସାରେ ଟାଇମ ଟେବୁଲ ପ୍ରସ୍ତୁତ କରୁଛନ୍ତି । ତେବେ ସେଥିରୁ ଦେଶର ସବୁଠାରୁ କଠିନ ଆଇଆଇଟି ଜେଇଇ(IIT-JEE) ପରୀକ୍ଷା ପାଇଁ ପ୍ରସ୍ତୁତି ହେବା କେତେ କଷ୍ଟକର ତାହା ଆପଣ ଏହି ଟ୍ବିଟ ଦେଖିଲେ ହିଁ ଜାଣିପାରିବେ । ସୋସିଆଲ ମିଡିଆରେ ଆରସିଏକ୍ସ (@rcx୮୬) ନାମକ ହ୍ୟାଣ୍ଡେଲ ଦ୍ବାରା ଏକ ଟାଇମ ଟେବୁଲ ଶେୟାର କରାଯାଇଛି । ଯେଉଁଥିରେ ସେ ନିଜର ରାତି ଶୋଇବା ସମୟ ୧୨ ରୁ ୪.୩୦ ଯାଏଁ ରଖିଛନ୍ତି । ଆଉ ବ୍ରହ୍ମ ମୁହୁର୍ତ୍ତରୁ ଉଠି ନିଜ ପୁରୁଣା ପାଠର ରିଭିଜନ କରିବା ପାଇଁ ମଧ୍ୟ ସମୟ ଦେଇଛନ୍ତି । ସେହିପରି ଦିନରେ ଶୋଇବା ସମୟ ମାତ୍ର ୩୦ ମିନିଟ ରଖିଛନ୍ତି । ସେହିପରି ଏହି ଟାଇମ ଟେବୁଲ ତଳେ ଲେଖିଛନ୍ତି, "ଏହି ଦିନ ପୁଣିଥରେ ଆସିବନି । ତେଣୁ ଏହି ଦିନର ସଦୁପଯୋଗ କରନ୍ତୁ ।" ଯାହାକୁ ନେଇ ଅନେକ ଛାତ୍ର ଉତ୍ସାହିତ ହୋଇଥିବା ବେଳେ ଅନେକ ଜଣ ଏପରି ଟାଇମ ଟେବୁଲକୁ ନିଶ୍ଚିତ ଅନୁସରଣ କରିବା ଦରକାର ବୋଲି କହିଛନ୍ତି ।
🚨 A 17-year-old student schedules for India's toughest exam, IIT-JEE preparation. (📸-@rcx86) pic.twitter.com/DG2vbTWR27 — Indian Tech & Infra (@IndianTechGuide) March 21, 2024
ଆପଣ ଯଦି ଆଇଆଇଟି କିମ୍ବା ଅନ୍ୟ କମ୍ପିଟେଟିଭ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରୁଥାନ୍ତି, ତେବେ ଜରୁରୀ ନୁହେଁ କି ଆପଣ ଏହି ଟାଇମ ଟେବୁଲ ହିଁ ଅନୁସରଣ କରନ୍ତୁ । ନିଜ ଶରୀରକୁ ଆରାମ ଦେବାସହ ଯଦି ନିଜ ପାଠପଢା ପାଇଁ ସମ୍ପୁର୍ଣ୍ଣ ଧ୍ୟାନ ଦେଲେ ଆପଣ ନିଶ୍ଚିତ ସଫଳତା ପାଇପାରିବେ । ତେବେ ବ୍ରହ୍ମ ମୁହୁର୍ତ୍ତରେ ପାଠ ପଢିବା ବିଦ୍ୟାର୍ଥୀଙ୍କ ପାଇଁ ଖୁବ ଭଲ ସମୟ ହୋଇଥାଏ ବୋଲି ଅନେକ ପରୀକ୍ଷା ଗବେଷଣାରୁ ଜଣାପଡିଛି ।