ଉପନ୍ୟାସଟି ନିଜକୁ ଖୋଜିବାର ରହସ୍ୟକୁ ଆଧାର କରି ଗଢାଯାଇଛି । ଯାହା ପାଠକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ଘର ସହ ଭାବପ୍ରବଣତା କାହାର ନାହିଁ କହିଲେ ? ପ୍ରତିଟି ମଣିଷକୁ ନିଜ ଘରକୁ ନେଇ ରହିଛି ସ୍ବତନ୍ତ୍ର ଅନୁଭବ ଓ ଅନୁଭୂତି । ଯାହାକୁ ଏହି ଉପନ୍ୟାସଟି ପଢିବା ବେଳେ ପ୍ରତି ପୃଷ୍ଠାରେ ପାଠକ ଅନୁଭବ କରିବେ । ଏହି ଉପନ୍ୟାସର ଅନ୍ୟତମ ଆକର୍ଷଣ ହେଉଛି ନାୟିକା ବିବାହ କରି ଏକ ଛୋଟ ଘରକୁ ଯିବା । ହରପାଲିନ୍ସ ପ୍ରକାଶନ ଦ୍ବାରା ଉପନ୍ୟାସଟି ପ୍ରକାଶିତ ହୋଇଛି । ପାଠକଙ୍କ ପାଇଁ ରହିଛି ପର୍ଯ୍ୟାପ୍ତ ପରିମାଣରେ ରୋମାଞ୍ଚ ପୂର୍ଣ୍ଣ ରୋମାନ୍ସ ଓ ସସ୍ପେନ୍ସ । ଏହା ସହ ଉପନ୍ୟାସର ପ୍ରତ୍ୟେକଟି ଚରିତ୍ରକୁ ବର୍ଣ୍ଣନା କରିବାରେ ଲେଖିକା ସଫଳ ହୋଇଛନ୍ତି । ଉପନ୍ୟାସର ମୁଖ୍ୟ ଚରିତ୍ରଙ୍କୁ ନିଜକୁ ଓ ନିଜର ପରିସ୍ଥିତିକୁ ଗ୍ରହଣ କରିବାକୁ ବହୁତ ଲମ୍ବା ସମୟ ଲାଗିଯାଏ । ଏବଂ ଏହା ହିଁ ଏହି ଉପନ୍ୟାସର ଅନ୍ତସ୍ବର । ନିଜକୁ ଜାଣିବା , ବୁଝିବା ଏବଂ ପରିସ୍ଥିତିକୁ ଗ୍ରହଣ କରିବାର କ୍ଷମତା ହିଁ ଜୀବନରେ ଖୁସି ଆଣିବାରେ ସହାୟକ ହୁଏ ।