ମିଡିଆ ସହିତ କଥାବାର୍ତ୍ତା ସମୟରେ ରାକ୍ଷୀ କହିଛନ୍ତି ଯେ, ଗତ ସୋମବାର ବାତ୍ୟା ତାଉତେ ତାଙ୍କ ମୁମ୍ବାଇ ସ୍ଥିତ ଘରର ବାଲକୋନୀ ଛାତକୁ ବହୁତ୍ କ୍ଷତି ପହଞ୍ଚାଇଛି । ଫଳରେ ତାଙ୍କ ଘରେ ଏବେ ପାଣି ଗଳୁଛି। ଯାହାକୁ ନେଇ ସେ ବହୁତ୍ ନିରାଶ।
ଏକ ଭିଡିଓ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ସେୟାର କରିଛନ୍ତି । ଏଥିରେ ରାକ୍ଷୀ କହୁଥିବା ଦେଖିବାକୁ ମିଳୁଛି ଯେ, ଛାତ ଭାଙ୍ଗି ଗଲା । ଯାହାକୁ ଖୁବ କମଦିନ ତଳେ ସେ ତିଆରି କରିଥିଲେ । ସବୁ ଭାଙ୍ଗିଗଲା ।
ଖାଲି ନିଜ କଥା ପାଇଁ ନୁହେଁ ସମସ୍ତଙ୍କ ପାଇଁ ସେ ଦୁଃଖିତ ବୋଲି କହିଛନ୍ତି। ଏବେ ଅକ୍ସିଜେନ ଅଭାବ ପାଇଁ ଦେଶରେ ଲୋକ ମରୁଥିବା ବେଳେ ଏ ବାତ୍ୟା ଅନେକ ଗଛ ଭାଙ୍ଗିଛି। ଏଣୁ ଏବେ ଲୋକେ ଅକ୍ସିଜେନ କେଉଁଠୁ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।