ସିଦ୍ଧାର୍ଥଙ୍କ ବାରାତ ରାଜକୀୟ ଢଙ୍ଗରେ ବାହାରି ସାରିଲାଣି। ଏହି ବାରାତ୍ ଏବେ ପ୍ୟାଲେସ ସାମ୍ନାରେ ପହଞ୍ଚିସାରିଲାଣି। ଆଉ କିଛି ସମୟ ପରେ ଶାହାନାଇ ବାଜିବ। ଘୋଡ଼ାରେ ସାହି ଅନ୍ଦାଜରେ ବାରାତ ନେଇ ଆସିବେ ସିଦ୍ଧାର୍ଥ। ଆଉ ବାହା ହୋଇ କିଆରାଙ୍କୁ ସାଥୀରେ ନେଇଯିବେ। ଫ୍ୟାନମାନେ ଏହି କପଲଙ୍କର ଓ୍ବେଡିଂ ଝଲକ ଦେଖିବାକୁ ଏକ୍ସାଇଟେଡ ଅଛନ୍ତି। ଅପରାହ୍ନ ୩ଟାରୁ ବିବାହ ରଶମ ଆରମ୍ଭ ହେବ।
ବିବାହ ପାଇଁ ସୋମବାର ସଙ୍ଗୀତ ଫଙ୍କସନ୍ ପୂର୍ବରୁ କିଆରାଙ୍କର ରୋକା ଏବଂ ଚୁଡା ପିନ୍ଧିବା ସେରିମନି ହୋଇଥିଲା। ଉଭୟଙ୍କ ପରିବାର ଲୋକ ଏବଂ କିଛି ସ୍ପେଶିଆଲ ଅତିଥି ଏହି ସେରିମନିରେ ସାମିଲ ହୋଇଥିଲେ। ଗୋଲାପି ରଙ୍ଗର ସୂର୍ଯ୍ୟଗଡ଼ ପ୍ୟାଲେସର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କିଆରା-ସିଦ୍ଧାର୍ଥଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ବଲିଉଡର ଅନେକ ତାରକା ପ୍ୟାଲେସରେ ପହଞ୍ଚିସାରିଛନ୍ତି। ଏହାସହ ଅମ୍ବାନି ପରିବାର ବି ଏହି ଉତ୍ସବରେ ଯୋଗ ଦେବାକୁ ସୂର୍ଯ୍ୟଗଡ଼ ପ୍ୟାଲେସରେ ପହଞ୍ଚିଛନ୍ତି। ଇଶା ଅମ୍ବାନି ତାଙ୍କ ସ୍ବାମୀଙ୍କ ସହ ସେଠାରେ ପହଞ୍ଚିଥିବାବେଳେ ଶାହିଦ କପୁର ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ସହ ସେଠାରେ ପହଞ୍ଚିଛନ୍ତି।
ମନୋରଂଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ