ଫିଲ୍ମର ପ୍ରଥମ ଲୁକ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଅକ୍ଷୟ ସୂଚନା ଦେଇଛନ୍ତି ଯେ ସେ ‘ବେଡାତ ମରାଠେ ବୀର୍ ଦୌଡଲ୍ ସାତ୍’ର ସୁଟିଂ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ ଲୁକକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି। ଅଭିନେତାଙ୍କ ଏହି ଲୁକ୍କୁ ନେଇ ନାନା ଟ୍ରୋଲ୍ କରାଯାଉଛି।
ଜଣେ ୟୁଜର୍ସ ଲେଖିଛନ୍ତି ଅକ୍ଷୟ କୁମାର ଅନ୍ୟ ଏକ ଆଇକନିକ ଚରିତ୍ରକୁ ନଷ୍ଟ କରିବାକୁ ଯାଉଛନ୍ତି। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ପ୍ରକାଶ ପାଇଲା ଯେ ଅକ୍ଷୟ ‘ହେରା ଫେରି’ ‘ରୁ ବାଦ୍ ପଡିଛନ୍ତି। ଏହା ନିଜେ ଅଭିନେତା ପ୍ରକାଶ କରି କହିଥିଲେ ଯେ ଫିଲ୍ମର ସ୍କ୍ରିପ୍ଟ ତାଙ୍କୁ ପସନ୍ଦ ଆସି ନ ଥିବାରୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ।