ମୁମ୍ୱାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ବଲିଉଡର ମସ୍ତାନୀ ଗର୍ଲ ଦିପୀକାଙ୍କ ଅପକମିଂ ଫିଲ୍ମ ‘ଛପାକ୍’ । ଯାହାକୁ ନେଇ ଦର୍ଶକ ଖୁବ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ରିଲିଜ ହେବା ଆଗରୁ ଚର୍ଚ୍ଚାରେ ଦୀପିକାଙ୍କ ଫିଲ୍ମ ‘ଛପାକ୍’ । ଏସିଡ ପୀଡ଼ିତାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ନିର୍ମାଣ ଆରମ୍ଭରୁ ହିଁ ଗଣମାଧ୍ୟମର ଶୀର୍ଷରେ ରହି ଆସିଛି । ଏହି ଫିଲ୍ମର ଏମିତି ଅନେକ କିଛି ସିନ୍ ରହିଛି ଯାହାକୁ ଦେଖିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ ‘ଛପାକ’ ।

ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ଏସିଡ୍ ଆଟାକ୍ର ଶିକାର ହୋଇଥିବା ଯୁବତୀ ମାଳତୀ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମେସି ମଧ୍ୟ ନଜର ଆସିବେ। ଏସିଡ ଆଟାକ୍ର ଶିକାର ହେବା ପରେ ଜଣେ ଝିଅକୁ କେମିତି ପରିସ୍ଥିତି ନେଇ ଗତି କରିବାକୁ ପଡେ ତାକୁ ନେଇ ଚିତ୍ରିତ ହୋଇଛି ଛପାକ । ଫିଲ୍ମର ଟ୍ରେଲରରୁ ହିଁ ଜଣା ପଡୁଛି ଦୀପିକା କେତେ ନିଖୁଣ ଭାବେ ଅଭିନୟ କରିଛନ୍ତି । କିଛି ସଟ୍ରେ ତ ଦୀପିକା କିଏ ଲକ୍ଷ୍ମୀ କିଏ ତାହା ଦର୍ଶକ ଜାଣି ପାରୁନାହାନ୍ତି । ଜାନୁୟାରୀ ୧୦ ତାରିଖରେ ରିଲିଜ ହେବାକୁ ଥିବା ଏହି ମୁଭିକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ଟ୍ରେଲର ଲୋକଙ୍କ ମନକୁ ଖୁବ ଛୁଇଁ ଥିବା ବେଳେ ଫିଲ୍ମର ଗୀତ ମଧ୍ୟ ରିଲିଜ ହେବା ପରଠାରୁ ଦର୍ଶକଙ୍କ ମନକୁ ଜିଣିପାରିଛି ।

‘ଛପାକ’ର ପ୍ରମୋସନର ଅଧିକାଂଶ ସମୟରେ କାନ୍ଦୁଥିବାର ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ଏହି ସିନେମାଟିରେ ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ଅଭିନୟ କରିଛନ୍ତି । ୨୦୦୫ରେ ଲକ୍ଷ୍ମୀଙ୍କ ଉପରେ ହୋଇଥିଲା ଏସିଡ ଆକ୍ରମଣ । ମାତ୍ର ୧୫ ବର୍ଷ ବୟସରେ ସେ ନିଜ ଚେହେରା ହରାଇ ବସିଥିଲେ । କିନ୍ତୁ ନିଜ ମନର ଅସିମ ସାହସ ଓ ଧୈର୍ଯ୍ୟ ବଳରେ ସେ ଆଜି ସମାଜରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସାହାସୀ ଲକ୍ଷ୍ମୀଙ୍କ ଜୀବନର ସଂଘର୍ସ ମୟ କାହାଣୀକୁ ଡିମ୍ପଲ କ୍ୱିନ ଦୀପିକା ସିନେ ସ୍କ୍ରିନରେ ଖୁବ ନିଖୁଣ ଭାବେ ଅଭିନୟ କରିଛନ୍ତି । ତେବେ ଦୀପିଙ୍କଙ୍କ ଛପାକ ଦର୍ଶକଙ୍କ ମନରେ କେତେ ଛାପ ଛାଡୁଛି ତାହା ଫିଲ୍ମ ରିଲିଜ ହେବା ପରେ ଜଣା ପଡିବ ।

